Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା “ଗୁଲାବ”ର ମୁକାବିଲା ପାଇଁ ପ୍ରସ୍ତୁତ ଭାରତୀୟ ନୌସେନାର ଜାହାଜ ଓ ବିମାନ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ‘ଗୁଲାବ’ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଅତ୍ରିକମ ବୋଲି ଆକଳନ କରାଯାଇଛି । ଏଥିପାଇଁ ଘୂର୍ଣ୍ଣିଝଡର ଗତିବିଧି ଉପରେ ଭାରତୀୟ ନୌସେନା ତୀକ୍ଷ୍ଣ ନଜର ରଖିଛି । ପୂର୍ବାଞ୍ଚଳ ନାଭାଲ କମାଣ୍ଡ ଏବଂ ଓଡିଶା ଉପକୂଳ ଦାୟିତ୍ୱରେ ଥିବା ନୌସେନା ଅଧିକାରୀ ଘୂର୍ଣ୍ଣିଝଡର ମୁକାବିଲା ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି ।

ଅନ୍ୟପଟେ ଓଡ୍ରାଫ ସମେତ ଏନଡିଆରଏଫ୍ ଟିମ୍ ଓଡିଶା ଏବଂ ବିଶାଖପାଟଣାରେ ପ୍ରସ୍ତୁତ ଅଛନ୍ତି । ନୌସେନାର ଦୁଇଟି ଜାହାଜ ମାନବିକ ସହାୟତା, ସାମଗ୍ରୀ ଏବଂ ଡାକ୍ତରୀ ଦଳ ସହିତ ଅଧିକ ପ୍ରଭାବିତ ଅଞ୍ଚଳରେ ସହାୟତା କରିବାକୁ ସମୁଦ୍ରରେ ରହିଛନ୍ତି । ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସର୍ଭେ, ଆହତଙ୍କୁ ଉଦ୍ଧାର ଏବଂ ରିଲିଫ୍ ସାମଗ୍ରୀ ଯୋଗାଣ ପାଇଁ ନାଭାଲ୍ ଏୟାର ଷ୍ଟେସନ୍, ବିଶାଖପାଟଣାରେ ଆଇଏନ୍ଏସ୍ ଡେଗା ଏବଂ ଚେନ୍ନାଇ ନିକଟ ଆଇଏନ୍ଏସ୍ ରାଜଲିରେ ନୌସେନାର ବିମାନ ପ୍ରସ୍ତୁତ ହୋଇ ରହିଛନ୍ତି ।

Leave A Reply

Your email address will not be published.