Latest Odisha News

BREAKING NEWS

କଥା ରଖିଲେ ମୁଖ୍ୟମନ୍ତ୍ରୀ, ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ମିଳିଲା ସହାୟତା ରାଶି

କେନ୍ଦୁଝର: ମୁଣ୍ଡଳିରେ ଖବର ସଂଗ୍ରହ କରୁଥିବା ସମୟରେ ଜଣାଶୁଣା ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଖେଳିଥିଲା ଶୋକର ବାତାବରଣ । ଅରିନ୍ଦମଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ତେବେ ଘୋଷମାର ୨୪ ଘଣ୍ଟା ମଧ୍ୟରେ ଆଜି ଅରିନ୍ଦମଙ୍କ ସ୍ତ୍ରୀଙ୍କୁ ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିଥିବା ସୂଚନା ରହିଛି ।

ଆଜି ଅରିନ୍ଦମଙ୍କ ଘରକୁ ଯାଇ ୪ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ । ତେବେ ଚେକ୍ ଗ୍ରହଣ କରିବା ସମୟରେ ଅରିନ୍ଦମଙ୍କ ସ୍ତ୍ରୀ ସଂଜ୍ଞାହୀନ ହୋଇପଡିଥିଲେ । ଚେକ୍ ପ୍ରଦାନ ପରେ ଅରିନ୍ଦମଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବା ନେଇ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ସହାୟତା ରାଶି ପ୍ରଦାନ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଅରିନ୍ଦମଙ୍କ ପରିବାର ଲୋକେ ।

Leave A Reply

Your email address will not be published.