ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ଏବେ ୪୦୦୦ କୋଟି ବଜେଟରେ ନିର୍ମିତ ହେଉଥିବା ରାମାୟଣ ଫିଲ୍ମ ପ୍ରତି ସମ୍ପୂର୍ଣ୍ଣ ମନୋନିବେଶ କରିଛନ୍ତି । ନୀତେଶ ତିୱାରୀଙ୍କ ଏହି ଫିଲ୍ମରେ ରଣବୀର ଶ୍ରୀରାମଙ୍କ ଭୂମିକା କରୁଛନ୍ତି । ଏହା ୨ଟି ପାର୍ଟରେ ନିର୍ମିତ ହେଉଛି । ପ୍ରଥମ ପାର୍ଟ ୨୦୨୬ ଦୀପାବଳୀ ଓ ଦ୍ୱିତୀୟ ପାଟଁ ୨୦୨୭ରେ ରିଲିଜ ହେବ । ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ ରାମାୟଣ ଫିଲ୍ମରେ ଅଭିନୟ କରିବା ପାଇଁ ସେ ବହୁ ଚର୍ଚ୍ଚିତ କିଶୋର କୁମାରଙ୍କ ବାୟୋପିକ ଫିଲ୍ମ ଛାଡି ଦେଇଛନ୍ତି । ଅନୁରାଗ ବାସୁ ତାଙ୍କର ଏହି ଡ୍ରିମ ପ୍ରୋଜେକ୍ଟ ପାଇଁ ଏବେ ରଣବୀରଙ୍କ ବଦଳରେ ଅମୀର ଖାଁଙ୍କୁ ସାଇନ କରିଛନ୍ତି ।
ରଣବୀରଙ୍କ ପାଇଁ ଏହି ନିଷ୍ପତି ନେବା କଷ୍ଟକର ଥିଲା ବୋଲି ଅନୁରାଗ କହିଛନ୍ତି । ମୋ ମତରେ ରାମାୟଣରେ ଅଭିନୟ କରିବା ନିଷ୍ପତି ଉଚିତ ପଦକ୍ଷେପ । ଅନୁରାଗ ବାସୁ ଏହା ପୂର୍ବରୁ ରଣବୀରଙ୍କୁ ନେଇ ବର୍ଫି ଓ ଜଗା ଜାସୁସ ଫିଲ୍ମ କରିଛନ୍ତି । କିଶୋର କୁମାରଙ୍କ ଭୂମିକା କରିବା ପାଇଁ ଅମୀର ଆଗ୍ରହ ପ୍ରକାଶ କରିଛନ୍ତି । ଖୁବ ଶୀଘ୍ର ବିଧିବଦ୍ଧ ଘୋଷଣା କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।
Comments are closed.