Latest Odisha News

ହଲିଉଡ ଫିଲ୍ମ ଅଫରକୁ ରୋକ୍‌ଠୋକ୍ ମନା କଲେ ରଣବୀର

ମୁମ୍ବାଇ: ଫିଲ୍ମ ‘ ତୁ ଝୁଠି ମୈ ମକ୍କାର’କୁ ନେଇ ବଲିଉଡ ଅଭିନେତା ରଣବୀର କପୁର ବେଶ୍ ଚର୍ଚ୍ଚାରେ । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଛି । ରଣବୀରଙ୍କ ଚମତ୍କାର ଅଭିନୟ ପାଇଁ ତାଙ୍କର ଅନେକ ହିଟ ଫିଲ୍ମ ହିଟ୍ ହେଉଛି । ଏବେ ରଣବୀରଙ୍କୁ ହଲିଉଡରେ ଏକ ବ୍ଲକବଷ୍ଟର ଫିଲ୍ମର ଅଫର ମିଳିଛି । ହେଲେ ସେ ଏହାକୁ କରିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି । ରଣବୀର କହିଛନ୍ତି, ମୋର ହଲିଉଡ଼ରେ କାମ କରିବାର ଆଗ୍ରହ ନାହିଁ । ଏଠାରେ ଲୋକଙ୍କ ଭଲପାଇବା ମିଳୁଛି । ଖାସ୍‌କରି ଅଫର ମିଳିଥିବା ଫିଲ୍ମର ଇତିହାସ ବିଷୟରେ ଜାଣି ମଧ୍ୟ ନାହିିଁ । ତେଣୁ ଏହାକୁ ମୁଁ ପ୍ରତ୍ୟାଖ୍ୟାନ କରିଦେଲି ବୋଲି କହିଛନ୍ତି ।

ଫିଲ୍ମ ‘ ତୁ ଝୁଠି ମୈ ମକ୍କାର’କୁ ନେଇ ରଣବୀର ଏବେ ପୁରା ବ୍ୟସ୍ତ । ଏଥିରେ ରଣବୀରଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ ବି କରୁଛନ୍ତି ।

Leave A Reply

Your email address will not be published.