ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚି ପୁଣି ଥରେ କ୍ରୀଡା ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛି । ଦକ୍ଷିଣ ଏସୀୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ ର ଚତୁର୍ଥ ସଂସ୍କରଣ ରାଞ୍ଚି ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମରେ ଆୟୋଜିତ ହେବ । ଆଗାମୀ ମେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ।
ଦୀର୍ଘ ୧୭ ବର୍ଷ ପରେ ଭାରତରେ ଏହି ଚାମ୍ପିଅନସିପ୍ ଆୟୋଜନ ହେବାକୁ ଯାଉଛି । ଶେଷଥର ୨୦୦୮ରେ ଭାରତରେ ଏହି ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା । ସୂଚନାଥାଉକି, ଦକ୍ଷିଣ ଏସିଆ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ ର ପ୍ରଥମ ଦୁଇଟି ସଂସ୍କରଣ ୧୯୯୭ ଏବଂ ୧୯୯୮ ରେ ଅନୁଷ୍ଠିତ ହୋଇଥିଲା ।
ଆଗାମୀ ଚାମ୍ପିଅନସିପରେ ଆୟୋଜକ ଭାରତ ଦଳ ସହ ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ, ନେପାଳ, ଭୁଟାନ, ମାଳଦ୍ବୀପ ଦେଶର ଖେଳାଳି ମାନେ ନିଜର ଦକ୍ଷତା ଦେଖାଇବେ । ଦକ୍ଷିଣ ଏସିଆର ଶ୍ରେଷ୍ଠ ଆଥଲେଟ୍ ଙ୍କ ମଧ୍ୟରେ ଏହି ରୋମାଞ୍ଚକର ପ୍ରତିଯୋଗିତା ରାଞ୍ଚି କ୍ରୀଡାପ୍ରେମୀଙ୍କ ପାଇଁ ଏକ ହଟସ୍ପଟ୍ ହେବାକୁ ଯାଉଛି ।
ଗତବର୍ଷ ୪ଅକ୍ଟୋବର ରୁ ୬ ଅକ୍ଟୋବର ଯାଏଁ ରାଞ୍ଚିରେ ଏହି ଚାମ୍ପିଅନସିପ୍ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା ।
Comments are closed.