Latest Odisha News

BREAKING NEWS

ମହାକୁମ୍ଭରେ ବୁଡ ପକାଇବେ ରାହୁଲ ଏବଂ ପ୍ରିୟଙ୍କା

ନୂଆଦିଲ୍ଲୀ: ମହାକୁମ୍ଭରେ ବୁଡ ପକାଇବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ । ଆସନ୍ତା ୧୯ ତାରିଖରେ ରାହୁଲ ଏବଂ ପ୍ରିୟଙ୍କା ମହାକୁମ୍ଭ ଯିବେ । ଏନେଇ କଂଗ୍ରେସ ନେତା ଅଜୟ ରାୟ ବଡ ଖୁଲାସା କରିଛନ୍ତି । ରାହୁଲ ଏବଂ ପ୍ରିୟଙ୍କା ସାଙ୍ଗ ହୋଇ ଫେବୃଆରୀ ୧୯ରେ ମହାକୁମ୍ଭରେ ବୁଡ ପକାଇବେ ବୋଲି ସେ କହିଛନ୍ତି ।

ଅଜୟ ଆହୁରି ମଧ୍ୟ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ ପୂର୍ବରୁ ମଧ୍ୟ କୁମ୍ଭ ପରିଦର୍ଶନ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କ ପୂର୍ବରୁ ଆମର ଅନେକ ନେତା କୁମ୍ଭ ଯାଇଛନ୍ତି ।  ମହାକୁମ୍ଭରେ ସ୍ନାନ କରିବା ପାଇଁ ସାରା ବିଶ୍ୱରୁ ଭକ୍ତମାନେ ପ୍ରୟାଗରାଜରେ ପହଞ୍ଚିଛନ୍ତି । ମହାକୁମ୍ଭର ସମାପ୍ତି ପାଇଁ ଆଉ ବହୁତ ଦିନ ବାକି ନାହିଁ । ଏହା ୨୬ ମାର୍ଚ୍ଚରେ ଶେଷ ହେଉଛି । ତେଣୁ ଏବେ ଆମେ ସମସ୍ତେ କୁମ୍ଭ ଯିବୁ, ପବିତ୍ର ସ୍ନାନ କରି ହର ହର ମହାଦେବ ଜପ କରିବୁ ବୋଲି ଅଜୟ କହିଛନ୍ତି ।

ଏହାବ୍ୟତୀତ ଅଜୟ ରାୟ ଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟା ଘଟଣାକୁ ନେଇ ମଧ୍ୟ ବିଜେପି ସରକାରଙ୍କୁ ଘେରିଛନ୍ତି । ଏହା ଏକ ଦୁଃଖଦ ଘଟଣା। ଏଥିପାଇଁ ସରକାର ଦାୟୀ। ତୁମେ ସମସ୍ତଙ୍କୁ ଡାକିଲ, କିନ୍ତୁ କୌଣସି ବ୍ୟବସ୍ଥା ନାହିଁ। ଏଥିପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ଅଜୟ ଦାବି କରିଛନ୍ତି ।

ସେପଟେ ବିଜେପି ଏହାକୁ ଏକ ନାଟକ ବୋଲି କହିଛି । ରାହୁଲ ଗାନ୍ଧୀ ମହାକୁମ୍ଭ ଯିବା ଆଲୋଚନାକୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଥିବା ବେଳେ ବିଜେପି ନେତାମାନେ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ସଙ୍ଗମ ଯାଉଛନ୍ତି ।

Comments are closed.