Latest Odisha News

BREAKING NEWS

ମୌସୁମୀ ବର୍ଷା ଓ ଚାଷକୁ ନେଇ କ’ଣ କହିଲେ କୃଷି ମନ୍ତ୍ରୀ ?

ଭୁବନେଶ୍ୱର: ରାଜ୍ୟର ସବୁ ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ସହ ପାଖାପାଖି ୧୭.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହା ଗତ ୨୪ ଘଣ୍ଟାର ସ୍ୱାଭାବିକ ବର୍ଷା ୯.୨ ମିମି ତୁଳନାରେ ୮୮% ଅଧିକ ରହିଛି । ଏବେ ବର୍ଷା ହେଉଥିବା ବେଳେ ଯଦି ଜୁଲାଇ ଓ ଅଗଷ୍ଟ ମାସରେ ସ୍ୱଳ୍ପ ବର୍ଷା ହୁଏ ତ ମରୁଡ଼ି ଆଶଙ୍କା କରିବୁ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ମନ୍ତ୍ରୀ ଆହୁରି କହିଛନ୍ତି, ମରୁଡ଼ି ଆଶଙ୍କା ହେଲେ ଆମେ କଣ୍ଟିଜେନ୍ସି ପ୍ଲାନ କରିବୁ । ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ସ୍ୱଳ୍ପ ବର୍ଷା ହେବନି । ବର୍ତ୍ତମାନ ସ୍ଥିତି ଭଲ ଅଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଠିକ୍ ଭାବେ ହେଉଛି । ସବୁ ଜିଲ୍ଲାରେ କିଛି କିଛି ବର୍ଷା ହୋଇଛି । ଲୋକେ ଚାଷ ଆରମ୍ଭ କରିଛନ୍ତି ।

ପଶ୍ଚିମ ଓଡ଼ିଶା ଚାଷୀଙ୍କ ପାଇଁ ଫସଲ ବୀମା ପାଇଁ ବୀମା କମ୍ପାନୀ ସହ ଆମେ ୨ଟି ବୈଠକ କରି ସାରିଛୁ । ୧୭ଟି ଚାଷ ପାଇଁ ବୀମା କରିବାକୁ ଆମେ ପରାମର୍ଶ ଦେଇଛୁ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜୁଲାଇ ୩୧ ଶେଷ ତାରିଖ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.