Latest Odisha News

BREAKING NEWS

ନବୀନଙ୍କୁ ଚିଠି ଲେଖିଲେ ରଣେନ୍ଦ୍ର: କହିଲେ, ‘ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ’

ଭୁବନେଶ୍ବର: ବିଜେଡିର ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ । ଗତ କିଛି ଦିନରେ ଯାହା ଚାଲିଛଇ ଏବଂ ଆଗକୁ ଦଳ କେଉଁ ଆଭିମୁଖ୍ୟ ନେଇ ଚାଲିବା ଉଚିତ୍ ସେନେଇ ନବୀନଙ୍କୁ କିଛି ପ୍ରସ୍ତାବ ଦେଇଥିବା ବେଳେ, ଦଳ ହାଇଜାକ୍ ହେବାକୁ ନଦେବା ପାଇଁ ଚିଠିରେ ଉଲ୍ଲେଖ୍‌ କରିଛନ୍ତି । ଯାହାକୁ ନେଇ ଏବେ ନେଇ ଏବେ ହଟଚମଟ ସୃଷ୍ଟି ହୋଇଛି ।

ରାଜା ତାଙ୍କ ଚିଠିରେ ସଂଗଠନରେ ସଂରକ୍ଷଣ ନେଇ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି । ବିଜେଡି ସାମାଜିକ ନ୍ୟାୟ, ଧର୍ମ ନିରପେକ୍ଷତା, ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ୁ । ଏସସି,ଏସ୍‌ଟି, ମହିଳାଙ୍କୁ ସଂଖ୍ୟା ଅନୁପାତରେ ବିଜେଡିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜାକ କରିବାକୁ ନଦିଆଯାଉ । ଧର୍ମ ନିରପେକ୍ଷତା ଓ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ପାଇଁ ପଦେଷକ୍ଷପ ନିଆଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ରାଜା । ବର୍ତ୍ତମାନ ବିଜେଡିରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ରାଜାଙ୍କ ଏଭଳି ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦଳକୁ କିଏ ହାଇଜାକ୍ କରିବାକୁ ଚେଷ୍ଟା କରୁଛି ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ସେପଟେ ରାଜାଙ୍କ ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । କହିଛନ୍ତି ଦଳକୁ କିଏ ହାଇଜାକ୍ କରୁଛି, ସେ ଜାଣିଥିବେ । ହାଇଜାକ୍ କଥା ସେ ହିଁ ବୁଝେଇ ପାରିବେ ।   ଆଗରୁ କିଏ ହାଇଜ୍ୟାକ କରି ଦେଇଛି କି ? ଆମେ ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେବା । ରାଜା ସ୍ୱାଇଁ ଜଣେ ବରିଷ୍ଠ ନେତା ତାଙ୍କର ବହୁତ ଅଭିଜ୍ଞତା ରହିଛି । ହାଇଜକ କଥା ଯଦି କଣ ସେ ଜାଣି ଥିବେ କି ସୂଚନା ପାଇଥିବେ ସେ ସେଇଟା କହି ପାରିବେ । ଆମେ ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ । ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆ ହୋଇ ଆସିଛି । ଆଞ୍ଚଳିକ ଦଳ ଭାବେ ଆମେ ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ସଂଗଠନ ରହୁଛନ୍ତି । ତାଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରୁଛୁ । ସବୁ ବର୍ଗ ସବୁ ବ୍ୟକ୍ତିଙ୍କୁ ନେଇ କାମ ହେଉଛି  ବୋଲି ମତ ରଖିଛନ୍ତି ଦେବୀ ।

Comments are closed.