ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚମକାଇ ଦେଲା ଭଳି କଥା କହିଛନ୍ତି । ନିକଟରେ ମେଲବର୍ନରେ ଆୟୋଜିତ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ରାଣୀ ଏମିତି କିଛି କହିଛନ୍ତି,ଯାହାକୁ ଶୁଣି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ମେଲବର୍ନରେ ଆୟୋଜିତ ହୋଇଛି ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ । ଏଥିରେ ଅଭିନେତ୍ରୀ ରାଣୀ ମୁଖାର୍ଜୀ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରି କହିଥିଲେ ଯେ, ୨୦୨୦ ମସିହାରେ ମୁଁ ଦ୍ୱିତୀୟ ଥର ଗର୍ଭବତୀ ହୋଇଥିଲି । ଏହାକୁ ନେଇ ମୁଁ ପୁରା ଉତ୍ସାହିତ ଥିଲି । ହେଲେ ମୋର ଗର୍ଭ ନଷ୍ଟ ହୋଇଯାଇଥିଲା । ସେତେବେଳେ ମୁଁ ୫ମାସର ଗର୍ଭବତୀ ଥିଲି । ପରେ ମୁଁ ଦେଖିଥିବା ସବୁ ସ୍ୱପ୍ନ ଭାଙ୍ଗି ଯାଇଥିଲା । ଦ୍ୱିତୀୟ ସନ୍ତାନର ମା’ ହେବାର ଭାଗ୍ୟ ମୋର ନ ଥିଲା ।
ସବୁଠୁ ଆଶ୍ଚର୍ଯ୍ୟର କଥା, ଗର୍ଭନଷ୍ଟର ୧୦ଦିନ ପରେ ମୋତେ ଏକ ଫିଲ୍ମର ଅଫର ମିଳିଥିଲା । ଆଉ ମୁଁ ସେ ଫିଲ୍ମ କରିବାକୁ ରାଜି ବି ହୋଇଥିଲି । ଆଜି ବି ସେଦିନ ମନେ ପଡ଼ିଲେ ଆଖିରେ ଲୁହ ଆସିଯାଏ । ମୋ ଜୀବନର ସେ କଷ୍ଟକୁ ମୁଁ କେବେ ବି ଭୁଲି ପାରିବି ନାହିଁ ।
Comments are closed.