Latest Odisha News

BREAKING NEWS

ବରୋଦାଠାରୁ ୧୪୭ ରନରେ ହାରିଲା ଓଡିଶା

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଓଡିଶା ୧୪୭ ରନରେ ବରୋଦା ନିକଟରୁ ପରାଜିତ ହୋଇଛି । ଏଥିସହ ଓଡିଶା ନୈରାଶ୍ୟଜନକ ଢ଼ଙ୍ଗରେ ତାର ଅଭିଯାନ ଆରମ୍ଭ କରିଛି । ମହେଶ ପିଥିୟାଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନର ଜବାବ ଓଡିଶା ବ୍ୟାଟ୍ସମ୍ୟାନ ଦେଇପାରି ନ ଥିଲେ । ବରୋଦା ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୫୧ ରନ କରିଥିଲା । ଜବାବରେ ଓଡିଶା ୧୭୮ ରନ କରିଥିଲା । ଦ୍ୱିତୀୟ ଇନିଂସରେ ବରୋଦା ୪ ୱିକେଟ ବିନିମୟରେ ୨୫୮ ରନ କରି ଇନିଂସ ଘୋଷଣା କରିଥିଲା । ବିଜୟ ପାଇଁ ଓଡିଶାକୁ ୪୩୨ ରନର ଆବଶ୍ୟକତା ରହିଥିଲା ।

ଶାନ୍ତନୁ ମିଶ୍ରଙ୍କ ୭୮, ଅନୁରାଗ ଷଡଙ୍ଗୀଙ୍କ ୫୬ ଓ ସନ୍ଦୀପ ପଟ୍ଟନାୟକଙ୍କ ୫୧ ରନ ସତ୍ୱେ ଓଡିଶା ଟିମ ୨୮୪ ରନରେ ଅଲଆଉଟ ହୋଇ ଯାଇଥିଲା । ମହେଶ ୫ଟି ୱିକେଟ ଅକ୍ତିଆର କରିଥିଲେ । ସେ ଶୁଭ୍ରାଂଶୁ ସେନାପତି (୧), କାର୍ତିକ ବିଶ୍ୱାଳ(୦), ଗୋବିନ୍ଦ ପୋଦ୍ଦାର(୧୪), ସୂର୍ଯ୍ୟକାନ୍ତ ପ୍ରଧାନ (୪୬) ଓ ସନ୍ଦୀପଙ୍କ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.