Latest Odisha News

BREAKING NEWS

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଖ ହସିନାଙ୍କୁ ସାଧାରଣ ନିର୍ବାଚନରେ ତାଙ୍କ ଦଳର ବୃହତ୍‌ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବିଜୟ ପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ଭାରତକୁ ଏକ ଅବିଚ୍ଛେଦ୍ୟ ବନ୍ଧୁ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ କଥା ହୋଇଛି ଏବଂ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ବାଂଲାଦେଶବାସୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ବାଂଲାଦେଶ ସହିତ ଆମର ସ୍ଥାୟୀ ଏବଂ ଜନକେନ୍ଦ୍ରିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଆମେ ପ୍ରତିବଦ୍ଧ’।

ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ୍‌ ହସିନା ପୁଣିଥରେ କ୍ଷମତା ଦଖଲ କରିବାକୁ ଯାଉଛନ୍ତି ।ମୁଖ୍ୟ ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି) ଏବଂ ଏହାର ସହଯୋଗୀ ଦଳଙ୍କ ଦ୍ୱାରା ରବିବାର ଦିନ ଅନୁଷ୍ଠିତ ଦ୍ୱାଦଶ ସାଧାରଣ ନିର୍ବାଚନରେ ହାସିନାଙ୍କ ଆଓ୍ବାମୀ ଲିଗ୍‌ ୨୦୦ଟି ସିଟ୍‌ ଜିତି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି ।

ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ ସହ ହସିନା ପଞ୍ଚମ ଥର ପାଇଁ ସରକାର ଗଠନ କରିବା ରାସ୍ତା ସଫା ହୋଇଯାଇଛି । ୨୦୦୯ ମସିହାରୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ଶାସନ କରୁଥିବା ପ୍ରଧାନମନ୍ତ୍ରୀ ହସିନା କ୍ରମାଗତ ପଞ୍ଚମ ଥର ପାଇଁ ବିଜୟୀ ହୋଇ ନୂଆ ରେକର୍ଡ କରିଛନ୍ତି।ହସିନା ୨,୪୯,୯୬୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶ ସୁପ୍ରିମ୍ ପାର୍ଟିର ଏମ୍ ନିଜାମ ଉଦ୍ଦିନ ଲସ୍କର ମାତ୍ର ୪୬୯ ଖଣ୍ଡ ଭୋଟ୍ ପାଇଛନ୍ତି। ଗୋପାଳଗଞ୍ଜ ୧୯୮୬ ପରଠାରୁ ସେ ଅଷ୍ଟମ ଥର ପାଇଁ ଗୋପାଳଗଞ୍ଜ-୩ ଆସନରୁ ବିଜୟୀ ହୋଇଛନ୍ତି।

Leave A Reply

Your email address will not be published.