Latest Odisha News

BREAKING NEWS

ରଣଜୀ ଟ୍ରଫି:ଲୋ ସ୍କୋରିଂ ମୁକାବିଲାରେ ଜମ୍ମୁ ଏବଂ କଶ୍ମୀର ବିରୋଧରେ ଓଡିଶା ୭୦ ରନରେ ଅଗ୍ରଣୀ

କଟକ: ସ୍ଥାନୀୟ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡିର ମୁକାବିଲାରେ ଓଡିଶା ଦ୍ୱିତୀୟ ଦିବସରେ ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ୭୦ ରନର ଅଗ୍ରଣୀ ହାସଲ କରିଛି । ଏହି ଲୋ ସ୍କୋରିଂ ମ୍ୟାଚରେ ଓଡିଶା ପ୍ରଥମ ଇନିଂସରେ ୧୩୦ ରନ କରି ଅଲଆଉଟ ହୋଇଥିଲା । ଜବାବରେ ବିପକ୍ଷ ଦଳ ୧୮୦ ରନ କରି ୫୦ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଜବାବରେ ଓଡିଶା ଦ୍ୱିତୀୟ ଇନିଂସରେ ପୁନର୍ବାର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୭ ୱିକେଟ ବିନିମୟରେ ୧୨୬ ରନ ସଂଗ୍ରହ କରିଛି । ଏକଦା ୭ ୱିକେଟରେ ଓଡିଶା ୬୭ ରନ କରିଥିଲା । ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ମାତ୍ର ଏହା ପରେ ସନ୍ଦୀପ ପଟ୍ଟନାୟକ ୪୭ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨୭ ରନ କରିବା ଯୋଗୁ ଦଳ କିଛି ମାତ୍ରାରେ ଆଶ୍ୱସ୍ତି ହୋଇଛି । ଉଭୟ ବ୍ୟାଟ୍ସମ୍ୟାନ ଅପରାଜିତ ଅଛନ୍ତି ।

ଜମ୍ମୁ ଏବଂ କଶ୍ମୀର ପକ୍ଷରୁ ରୋହିତ ଶର୍ମା ଓ ଉମର ନାଜିର ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି । ତୃତୀୟ ଦିବସରେ ଓଡିଶା ଯଦି ଅଧିକ ରନ ସଂଗ୍ରହ କରେ ତେବେ ବୋଲରମାନଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରୁଛି । ପ୍ରଥମ ଦିବସର ଅସମାପ୍ତ ଇନିଂସ ୪୫/୪ରୁ ଜମ୍ମୁ ଏବଂ କଶ୍ମୀର ଇନିଂସ ଆରମ୍ଭ କରିଥିଲା । ଅବିଦ ମୁସ୍ତାକଙ୍କ ୫୦ ରନ ଯୋଗୁ ଦଳ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ୫ଟି ଓ ସୁନୀଲ ରାଉଳ ୩ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.