Latest Odisha News

BREAKING NEWS

ରିଲିଜ ହେଲା ‘ନିମକି’ର ଟ୍ରେଲର, ନୂଆ ଅନ୍ଦାଜରେ ନଜର ଆସିବେ ଚୁଲବୁଲି ବର୍ଷା

ଭୁବନେଶ୍ୱର : ଦର୍ଶକଙ୍କ ମନ ଜିଣିବା ପାଇଁ ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ପରଦାକୁ ଓହ୍ଲାଇଛନ୍ତି । ନିକଟରେ ତାଙ୍କର ଅପକମିଂ ଫିଲ୍ମ ‘ନିମକି, ନିମପୁରରୁ ନବୀନ ନିବାସ’ ସିନେମାର ଟ୍ରେଲର ରିଲିଜ ହୋଇଛି ।

ନାରୀ କୈନ୍ଦ୍ରିକ ଏହି ସିନେମାରେ ଲିଡ୍ ରୋଲରେ ନଜର ଆସୁଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏଥିରେ ବର୍ଷା ଏକ ଭିନ୍ନ ଚରିତ୍ରରେ ଅଭିନୟ କରୁଥିବା ବେଳେ ନାରୀ ସ୍ୱପ୍ନକୁ ସାକାର କରିବା ପାଇଁ ଜଣେ ନାରୀ କିପରି ସଂଘର୍ଷ କରୁଛି, ତାହା ସିନେମାରେ ଦର୍ଶାଯାଇଛି।

ଏହି ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହେବାର କେଇ ଘଣ୍ଟା ମଧ୍ୟରେ ପ୍ରାୟ ୭ହଜାରରୁ ଅଧିକ ଦର୍ଶକ ଦେଖିସାରିଲେଣୀ । ପୂର୍ବରୁ ଏହାର ପୋଷ୍ଟର ରିଲିଜ୍ ହୋଇଥିଲାବେଳେ ଦଏର୍କଙ୍କ ଭଲ ରେସପୋନ୍ସ ମିଳିପାରିଥିଲା ।

ଏକ ସାଧାରଣ ଗାଁ ଝିଅ ନିମକି ଯିଏକି ନିଜ ଗାଁ ନିମପୁରରୁୁ ବାହାରି ନବୀନ ନିବାସ ଯାଏଁ ପହଞ୍ଚିବାର ସ୍ୱପ୍ନ ଦେଖୁଛି ଏବଂ ନିମପୁରରୁ ନବୀନ ନିବାସ ଯାଏଁ ପହଞ୍ଚୁଛି କି ନାହିଁ ତା’ସମ୍ପୂର୍ଣ୍ଣ ଯାତ୍ରାର କାହାଣୀ ଏହି ଭିନ୍ନ ଧର୍ମୀ ଚଳଚ୍ଚିତ୍ରର ବିଷୟବସ୍ତୁ ପାଲଟିଛି ।

ଏହି ବହୁ ଚର୍ଚ୍ଚିତ ‘ନିମକି’ ସିନେମାର ଲେଖକ ଓ ନିର୍ଦ୍ଦେଶକ ଭାବେ ସୁଶାନ୍ତ ମଣି ରହିଥିବା ବେଳେ  ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ। ଏହି ସିନେମାଟିର ଅନ୍ୟତମ ପ୍ରଡ୍ୟୁସର ଭାବେ ରାଜ୍ୟର ଅଗ୍ରଣୀ ସଂସ୍ଥା ‘ପ୍ରିଲ୍ୟୁଡ୍’ ରହିଥିବା ବେଳେ ଫିଲ୍ମଟି ବଡ ପରଦାରେ ଦର୍ଶକଙ୍କ ହୃଦୟକୁ ଛୁଇଁପାରିବ ବୋଲି ବେଶ ଆଶା ପୋଷଣ କରିଛନ୍ତି ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ ।

ଚୁଲବୁଲି ବର୍ଷା ଏହି ସିନେମାର ପ୍ରଯୋଜକ ହୋଇଥିବା ବେଳେ ଆସୋସିଏଟ୍ ପ୍ରଯୋଜକ ଭାବେ ଶୁଭଶ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି ।

Leave A Reply

Your email address will not be published.