Latest Odisha News

BREAKING NEWS

ସର୍କସ ପାଇଁ ରଣବୀର ସିଂ ନେବେ ୫୦ କୋଟି !

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ପ୍ରତ୍ୟେକ ହିଟ ଫିଲ୍ମ ପରେ ତାଙ୍କ ଫିସ୍ ବଢ଼ାଇବାରେ ଲାଗିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ସର୍କସ ପାଇଁ ରଣବୀର ୫୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ସେହିପରି ସେ ତାଙ୍କ ଫିଲ୍ମକୁ ଥିଏଟରରେ ରିଲିଜ କରିବା ପାଇଁ ଜୋର ଦେଉଛନ୍ତି ।

BjdElectrycity

ସିମ୍ବା ଫିଲ୍ମ ପରେ ସେ ତାଙ୍କ ପାରଶ୍ରମିକ ଆକାଶ ଛୂଆଁ କରିଛନ୍ତି । ତେବେ ଏ ନେଇ ରୋହିତଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ । ସର୍କସ ଫିଲ୍ମରେ ରଣବୀର ଡବଲ ରୋଲ ଭୂମିକା ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ପୂଜା ହେଗଡେ ଅଭିନୟ କରୁଛନ୍ତି । ଏହି ଫିଲ୍ମ ୱିଲିୟମସ ସେକ୍ସପିୟରଙ୍କ କମେଡି ଅଫ ଏରର ପରେ ଆଧାରିତ ।

Leave A Reply

Your email address will not be published.