Latest Odisha News

BREAKING NEWS

ପୁଣି ‌ସୌରଭ ଗାଙ୍ଗୁଲିଙ୍କର କରାଗଲା ଆଞ୍ଜିଓପ୍ଲାଷ୍ଟି

କୋଲକାତା:  କୋଲକାତା ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି । ଆଜି ତାଙ୍କର ପୁଣି ଥରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ଏହାସହ ହୃତ୍‌ପିଣ୍ଡରେ ଥିବା ବ୍ଲକେଜ ପାଇଁ ୨ଟି ଷ୍ଟେଣ୍ଟ ଧମନୀରେ ଲଗାଯାଇଥିବା ଜଣାପଡ଼ିଛି । ଏ ନେଇ ଆପୋଲୋ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ମାସରେ ଦ୍ବିତୀୟ ଥର ପାଇଁ ଗତକାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସୌରଭ ଗାଙ୍ଗୁଲି । ପୂର୍ବରୁ ହୃଦଘାତର ଶିକାର ହୋଇଥିବା ଗାଙ୍ଗୁଲିଙ୍କର ସମସ୍ତ ପ୍ରକାରର ପରୀକ୍ଷା କରାଯାଇସାରିଛି । ଅନ୍ୟପକ୍ଷରେ ଡାକ୍ତରଖାନାରେ ପହଞ୍ଚି ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

 

Leave A Reply

Your email address will not be published.