Latest Odisha News

BREAKING NEWS

ରଣବୀରଙ୍କ ଜନ୍ମଦିନରେ ହାର୍ଲେ ଡାଭିଡ଼ସନ ବାଇକ ଗିଫ୍ଟ କରିଥିଲେ ସଞ୍ଜୁବାବା, ରିଷି କପୁରଙ୍କଠୁ ଖାଇଥିଲେ ଗାଳି

ସଞ୍ଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ ପାଇଁ ବେଶ ଚର୍ଚ୍ଚାରେ ଥିବା ରଣବୀର କପୁର ଖୋଲିଛନ୍ତି ନୁଆ ଗୁମର । ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ରଣବୀର କହିଛନ୍ତି ତାଙ୍କ ଜନ୍ମଦିନରେ ହାର୍ଲେ ଡ଼ାଭିଡ଼ସନ ର ବାଇକ ସଞ୍ଜୟ ତାଙ୍କୁ ଗିଫ୍ଟ କରିଥିଲେ । ତେବେ ବାପା ରିଷି କପୁରଙ୍କ ଭୟରେ ଏହାକୁ ଲୁଚାଇ ରଖିଥିଲେ ରଣବୀର ।

ତେବେ ଯେତେବେଳେ ରିଷି ଏହି ବାଇକ ବିଷୟରେ ଜାଣିବାକୁ ପାଇଥିଲେ ସଂଜୟଙ୍କ ଊପରେ ଖପ୍ପା ହୋଇଥିଲେ ରିଷି । କଡ଼ା ଶବ୍ଦରେ କହିଥିଲେ ମୋ ପୁଅକୁ ତୁମ ଭଳି ବିଗାଡ଼ନି ।


ତେବେ ରିଷିଙ୍କ ଗାଳି ସଞ୍ଜୁଙ୍କୁ କାଟୁ କରି ନଥିଲା । ରଣବୀରଙ୍କୁ ନିଜ ସାନଭାଇ ଭଳି ଭଲ ପାଊଥିଲେ ସଞ୍ଜୁ । ଦାମୀ ଗିଫଟ ଦେବା ସହ ଅନେକ ସମୟରେ ନିଜ ଫରାରୀ କାରରେ ରଣବୀରଙ୍କୁ ଲେଟ ନାଇଟରେ ଲଙ୍ଗ ଡ୍ରାଇଭରେ ବୁଲାଇବାକୁ ନେଊଥିଲେ ସଞ୍ଜୟ, ସେ ପୁଣି ରିଷିଙ୍କୁ ଲୁଚାଇ । ‘ସଞ୍ଜୁ’ ଆକ୍ଟର ରଣବୀର କହିଛନ୍ତି ସେ ସଞ୍ଜୟଙ୍କର ଖୁବ ବଡ଼ ଫ୍ୟାନ ।

Leave A Reply

Your email address will not be published.