ମୁମ୍ବାଇ: ରଣବୀର ସିଂଙ୍କ ନ୍ୟୁଡ ଫଟୋ ଶୁଟ ଏବେ ବେଶ କିଛି ଦିନ ହେବ ବିଭିନ୍ନ କାରଣରୁ ଚର୍ଚ୍ଚା ସାଁଉଟିବାରେ ଲାଗିଛି । ସୋମବାର ଏହି ଘଟଣା ଥାନାରେ ପଂହଚିଛି । ମୁମ୍ବାଇର ଏକ ଥାନାରେ ମହିଳାଙ୍କ ଭାବବେଗକୁ ଆଘାତ ପଂହଚାଇଥିବା ନେଇ ଜଣେ ବ୍ୟକ୍ତି ମାମଲା ରୁଜୁ କରିଛନ୍ତି । ତେବେ ଏହି ବ୍ୟକ୍ତିଜଣଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳି ନାହିଁ । ରଣବୀର ଫଟୋକୁ କେତେକ ନିନ୍ଦା କରୁଥିବା ବେଳେ ଅନ୍ୟମାନେ ତାହା ତାଙ୍କ ବ୍ୟକ୍ତିଗତ ପସନ୍ଦ ବୋଲି ଦର୍ଶାଇଛନ୍ତି । ଆମେରିକୀୟ ଅଭିନେତା ବର୍ଟ ରିନୋଲ୍ଡସଙ୍କଠାରୁ ଅନୁପ୍ରାଣିତ ହୋଇ ଏହି ଫଟୋଶୁଟ ରଣବୀର କରିଥିବା ଜଣାପଡିଛି । ଆଲିୟା ଭଟ୍ଟ, ସ୍ୱରା ଭାସ୍କର, ରାକ୍ଷୀ ସାୱନ୍ତ, ଅର୍ଜୁନ କାପୁର ପରି କଳାକାର ଏହାକୁ ସମର୍ଥନ କରିଛନ୍ତି । ଟିଏମସି ସାଂସଦ ମିମି ଚକ୍ରବର୍ତି କହିଛନ୍ତି ଯଦି ଜଣେ ମହିଳା ଏ ଭଳି ଫଟୋ ଶୁଟ କରାଇଥାନ୍ତା ତାହାହେଲେ ତାଙ୍କୁ କଣ ପ୍ରଶଂସା କରାଯାଇଥାନ୍ତା । ରଣବୀର ଏବେ ଆଲିୟାଙ୍କ ସହ ରକି ଔର ରାନୀ କି ପ୍ରେମ କାହାନୀର ଶୁଟିଂରେ ବ୍ୟସ୍ତ ଅଛନ୍ତି ।
BREAKING NEWS
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
Comments are closed.