ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା କମ୍ପାନି ରିଲାଏନ୍ସ ଏଣ୍ଟରଟେନମେଣ୍ଟ୍ର ସିଇଓ ଶିବାଶିଶ ସରକାର ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କର ଆଗାମୀ ଫିଲ୍ମ ‘୮୩’ ର ରିଲିଜ୍ ତାରିଖ ପରିବର୍ତ୍ତନ କରିବେ ନାହିଁ। ଏହି ଚଳଚ୍ଚିତ୍ରଟି ପୂର୍ବ ନିର୍ଦ୍ଧାରିତ ସମୟରେ ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ତେବେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ ପାଇଁ ତାଙ୍କୁ ଏକ ନୂଆ ତାରିଖ ସ୍ଥିର କରିବାକୁ ପଡିବ ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ଆରମ୍ଭରେ ଫିଲ୍ମ ରିଲିଜ କରିବାକୁ ଯୋଜନା ରଖିଛନ୍ତି।
ପ୍ରଡକ୍ସନ୍ ହାଉସ୍ ଏହି ଦୀପାବଳିରେ ଅଭିନେତା ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ ରିଲିଜ୍ କରିବାର ତାରିଖ ସ୍ଥିର କରିଥିଲେ। କିନ୍ତୁ, ସିନେମା ହଲ୍ ଖୋଲିବାରେ ସମସ୍ୟା ହେତୁ ଏହି ଚଳଚ୍ଚିତ୍ରକୁ ରିଲିଜ୍ ତାରିଖକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏଥିପାଇଁ ସେ ଚଳଚ୍ଚିତ୍ର ୮୩ ‘ରିଲିଜ୍ ତାରିଖ ପରିବର୍ତ୍ତନ କରିବାକୁ ସମ୍ପୂର୍ଣ୍ଣ ମନା କରି ଦେଇଛନ୍ତି।
ଶିବାଶିଶ କହିଛନ୍ତି ଯେ ତାଙ୍କ ଚଳଚ୍ଚିତ୍ର ‘୮୩’ ଏହି ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ‘୮୩’ ର ନିର୍ଦ୍ଦେଶନା ଦେଇଛନ୍ତି କବୀର ଖାନ। ଏହି ଚଳଚ୍ଚିତ୍ରଟି ଭାରତୀୟ କ୍ରିକେଟ୍ ଦଳ ଜିତିଥିବା ୧୯୮୩ ବିଶ୍ୱକପ୍ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଅଭିନେତା ରଣବୀର ସିଂ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ଏଥି ସହ କପିଲ ଦେବଙ୍କ ପତ୍ନୀ ରୋମି ଦେବ ରଣବୀର ସିଂଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି।
Comments are closed.