Latest Odisha News

ଡନ ୩ରେ ଶାହାରୁଖଙ୍କ ସ୍ଥାନରେ ଅଭିନୟ କରିବେ ରଣବୀର !

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଉପରେ ଆଧାରିତ ଫରହାନ ଅଖତାରଙ୍କ ଡନ ଫିଲ୍ମର ତୃତୀୟ ସଂସ୍କରଣ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଶାହାରୁଖ ଖାଁ ଅଭିନୀତ ପ୍ରଥମ ୨ଟି ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏବେ କିନ୍ତୁ ଶାହାରୁଖଙ୍କ ବଦଳରେ ରଣବୀର ସିଂ ଡନ ହେବେ ବୋଲି ଜଣାପଡିଛି । ୬ ଜୁଲାଇରେ ରଣବୀରଙ୍କ ଜନ୍ମ ଦିନ ହୋଇଥିବାରୁ ଡନ ୩ ସମ୍ପର୍କରେ ଘୋଷଣା କରାଯିବ । ତେବେ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ଶାହାରୁଖ ହଟିବା ସମ୍ପର୍କରେ ମଧ୍ୟ କୌଣସି ତଥ୍ୟ ପ୍ରକାଶ ପାଇ ନାହିଁ ।

୬ ଜୁଲାଇରେ ରକି ଔର ରାନୀଙ୍କ ପ୍ରେମ କାହାଣୀ ଫିଲ୍ମ ରିଲିଜ ହେବ । ଏହି ଦିନ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି । ରଣବୀର ଡନ ଫ୍ରାଂଚାଇଜକୁ ଆଗକୁ ବଢ଼ାଇବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି । ସୂଚନାଯୋଗ୍ୟ, ଅମିତାଭ ବଚ୍ଚନଙ୍କ ଡନ ଫିଲ୍ମରେ ପ୍ରେରିତ ହୋଇ ଫରହାନ ଓ ଶାହାରୁଖ ଏହି ଫ୍ରାଂଚାଇଜ ଆରମ୍ଭ କରିଥିଲେ । ଦର୍ଶକ ମଧ୍ୟ ଡନ ଭାବେ ଶାହାରୁଖଙ୍କୁ ପସନ୍ଦ କରିଥିଲେ ।

Comments are closed.