Latest Odisha News

BREAKING NEWS

ନିଆରା ଢଙ୍ଗରେ ଡ଼ାକ୍ତର ଦିବସ ପାଳିତ, ବଜରଙ୍ଗବାଲି ହେଲେ ଡ଼ାକ୍ତର

ମଧ୍ୟପ୍ରଦେଶ: ଜାତୀୟ ଡାକ୍ତର ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କିନ୍ତୁ ମଧ୍ୟପ୍ରଦେଶର ଏକ ହନୁମାନ ମନ୍ଦିରରେ ଏକ ନିଆରା ଢଙ୍ଗରେ ଡ଼ାକ୍ତର ଦିବସ ପାଳିତ ହୋଇଯାଇଛି । ଭକ୍ତମାନେ ବଜରଙ୍ଗବାଲିଙ୍କୁ ଡାକ୍ତରଙ୍କ ପୋଷାକ  ପିନ୍ଧାଇ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଭକ୍ତଙ୍କୁ ପ୍ରସାଦ ମଧ୍ୟ ବଣ୍ଟନ କରାଯାଇଥିଲା ।

ମଧ୍ୟପ୍ରଦେଶର ଭଣ୍ଡା ସହରରେ ରହିଛି ପ୍ରାଚୀନ ହନୁମାନ ମନ୍ଦିର । ଏହି ମନ୍ଦିର ହେଉଛି ସହରବାସୀଙ୍କ ବିଶ୍ୱାସ ଏବଂ ସମ୍ମାନର ପ୍ରତୀକ । ପ୍ରତ୍ୟେକ ଶନିବାର ଏବଂ ମଙ୍ଗଳବାର ଏଠାରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମେ । ମନ୍ଦିରରେ ହନୁମାନଜୀଙ୍କ ବଡ଼ ପ୍ରତିମୂର୍ତ୍ତି ହେତୁ ଏହି ମନ୍ଦିରକୁ ବହ ହନୁମାନଜୀ ମନ୍ଦିର ବୋଲି କୁହାଯାଏ । ଜୁଲାଇ ୧ ତାରିଖରେ ସାରା ଦେଶରେ ଜାତୀୟ ଡ଼ାକ୍ତର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶନିବାର ସକାଳେ ଭକ୍ତମାନେ ହନୁମାନଜୀଙ୍କୁ ଡାକ୍ତର ଭାବରେ ପରିଧାନ କରିଥିଲେ । ଭଗବାନଙ୍କୁ ଏପରି ଭାବରେ ସଜାଯାଇଥିଲା ଯେପରି ବଜରଙ୍ଗବାଲି ନିଜେ ଭକ୍ତଙ୍କୁ ଆରୋଗ୍ୟ କରିବାକୁ ପ୍ରସ୍ତୁତ ଡାକ୍ତର ହୋଇସାରିଛନ୍ତି । ଏହି ପ୍ରସ୍ତୁତ କରିବାକୁ ପ୍ରାୟ ଦଶ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।

ଏନେଇ ପଣ୍ଡିତ ରାମୁ ଶର୍ମା କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ହନୁମାନ ଚାଳିସାକୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ନିୟମିତ ଏବଂ ହୃଦୟରେ ପାଠ କରନ୍ତି, ତେବେ ସେ ମୁକ୍ତ ହେବେ । ସମସ୍ତ ରୋଗ  ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ସେଥିପାଇଁ ବଜରଙ୍ଗବାଲିଙ୍କୁ ଡାକ୍ତରଙ୍କ ରୂପ ଦିଆଯାଇଥିଲା ।  ଜୁଲାଇ୧ରେ ଦେଶରେ ଡାକ୍ତର ଦିବସ ପାଳନ  ପାଳନ ହୋଇଆସୁଛି  ।

Leave A Reply

Your email address will not be published.