Latest Odisha News

BREAKING NEWS

‘୮୩’ର ଫଟୋ ଶେଆର କଲେ ରଣବୀର, ଲୁକ ଦେଖି ଛୁଟିଲା ପ୍ରଶଂସାର ସୁଅ

ମୁମ୍ବାଇ: ସମ୍ନାକୁ ଆସିଛି ଅଭିନେତା ରଣବୀର ସିଂହଙ୍କ ଆଗାମୀ ଫିଲ୍ମ ‘୮୩’ର ଲୁକ୍‌ । ନିଜ ଜନ୍ମଦିନ ଅବସରରେ ରଣବୀର ଏହାକୁ ସୋସିଆଲ ମିଡିଆରେ ନିଜେ ଶେଆର କରିଛନ୍ତି ।

ଏହି ଫିଲ୍ମରେ ରଣବୀର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ ।

ଫିଲ୍ମର ପ୍ରଥମ ପୋଷ୍ଟରରେ ରଣବୀର କପିଲ ଦେବଙ୍କ ଅବତାରରେ ଦେଖା ଦେଇଛନ୍ତି । ଏହି ଫୋଟୋଟି ଭାଇରାଲ ହେବା ପରେ ରଣବୀରଙ୍କ ପ୍ରଶଂସକ ଫିଲ୍ମକୁ ନେଇ ଅଧିକ ଉତ୍ସାହିତ ହୋଇ ଯାଇଥିବା ଦେଖା ଯାଇଛି ।

ମିଳିଥିବା ସୂଚନା ଅନୁସାରେ ଅନେକ ବଲିଉଡ୍‌ କଳାକାର ମଧ୍ୟ ରଣବୀରଙ୍କୁ ଜନ୍ମଦିନର ଶଭେଚ୍ଛା ଜଣାଇବା ସହ ‘୮୩’ର ଲୁକକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ଖାଲି ବଲିଉଡ ନୁହେଁ ରଣବୀରଙ୍କ ଫଟୋ ଦେଖି କ୍ରିକେଟ ଜଗତରୁ ମଧ୍ୟ ରଣବୀରଙ୍କୁ ଶୁଭେଛାର ସୁଅ ଛୁଟିଛି । “ରଣବୀର ପୂରା କପିଲ ଦେବଙ୍କ ଭଳି ଲାଗୁଛନ୍ତି” ବୋଲି କ୍ରିକେଟର ଶିଖର ଧୱନ ଟ୍ୱିଟ କରି କହିଛନ୍ତି ।

Leave A Reply

Your email address will not be published.