ବ୍ରହ୍ମପୁର:ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟ ପରିସରରେ ଜଣେ ମହିଳା ଆତ୍ମାହୂତି ଉଦ୍ୟମ କରିଛନ୍ତି। ନିଜ ଦେହରେ ପେଟ୍ରୋଲ୍ ଢ଼ାଳି ଆତ୍ମାହୂତି ଉଦ୍ୟମ କରୁଥିବା ବେଳେ କୋର୍ଟରେ ମୂତୟନ ପୋଲିସ କର୍ମଚାରୀ ତାଙ୍କୁ କାବୁ କରିଦେଇ ବୈଦ୍ୟନାଥପୁର ଥାନା ପୋଲିସରେ ଜିମା ଦେଇଥିଲେ। ଏନେଇ ବୈଦ୍ୟନାଥପୁର ଥାନାରେ ୪୨୨/୨୨ରେ ଦଫା ୩୦୯ରେ ଆତ୍ମହତ୍ୟା ଉଦ୍ୟମ ପାଇଁ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଥିବା ଏସ୍ପି ଡା. ସର୍ବଣା ବିବେକ ଏମ୍ ପ୍ରକାଶ କରିଛନ୍ତି।
ଏସପିଙ୍କ କହିବାନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍ରେ ଏହି ୩୦ ବର୍ଷୀୟା ମହିଳା ଜଣକ କୋର୍ଟରେ ପହଞ୍ଚିଥିଲେ। ସାଥିରେ ଆଣିଥିବା ପେଟ୍ରୋଲକୁ ନିଜ ଦେହରେ ଢ଼ାଳି ଥିଲେ। ମୂତୟନ କନେଷ୍ଟବଳ ରଶ୍ମି ରଞ୍ଜନ ଦାସ ତାଙ୍କୁ କାବୁ କରିଥିଲେ। ହାତରୁ ପେଟ୍ରୋଲ୍କୁ ଛଡ଼ାଇ ଦେଇଥିଲେ। କୋର୍ଟ ପରିସରରେ ପ୍ରାଥମିକ ପଚରାଉଚରା ପରେ ବୈଦ୍ୟନାଥପୁର ଥାନାକୁ ନିଆଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା େଯ, ୨୦୨୦ ମସିହା ନଭେମ୍ବର ୩୧ ତାରିଖରେ ମହିଳା ଜଣକ ସଦର ଥାନାରେ ତାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଥିଲା ଯେ, ସ୍ବାମୀ ହାଇଦ୍ରାବାଦରେ କାମ କରୁଥିଲେ। ଘର ପାଖରର ବାପୁନି ସାହୁ ନାମକ ଜଣେ ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସ୍ବାମୀ ଟଙ୍କା ଜମା କରୁଥିଲେ। ସେହି ଟଙ୍କାକୁ ବାପୁନି ଆଣି ତାଙ୍କୁ ଦେଉଥିଲେ। ଏହାର ସୁଯୋଗ ନେଇ ବାପୁନି ନିକଟତର ହୋଇଥିଲେ। ସୁଯୋଗ ନେଇ ତାଙ୍କୁ ବଳାତ୍କାର କରିଥିଲେ। ତାଙ୍କ ଅଭିଯୋଗଗୁ ଭିତ୍ତିକରି ସଦର ଥାନା ପୁଲିସ ୩୨୬/୨୦ରେ ବାପୁନିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତି ସମୟରେ ବାପୁନି ଜାମିନ୍ରେ ମୁକୁଳିଥିଲେ। ଏହା ପରେ ବାପୁନି ତାଙ୍କୁ ପୁଣି ଥରେ ବଳାତ୍କାର କରିଥିବା ନେଇ ମହିଳା ଜଣକ ଗତ ନଭେମ୍ବର ୧୪ ତାରିଖରେ ଆଉ ଏକ ଅଭିଯୋଗ ଗୋଷାଇଁନୂଆଗାଁ ଥାନାରେ କରିଥିଲେ। ପୁଲିସ ୨୦୪/୨୨ରେ ଏକ ମାମଲା ରୁଜୁ କରିବା ସହ ବାପୁନିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ତାଙ୍କ ଅଭିଯୋଗ ଅନୁଯାୟୀ, ପୁଲିସ ପଦକ୍ଷେପ ଗ୍ରହଣ କରିଛି। ସେ କେମିତି ଏସ୍ଡିଜେଏମ୍ଙ୍କ ଅଦାଲତକୁ ଆସିଲେ, କାହିଁକି ଆତ୍ମାହୂତି ଉଦ୍ୟମ କଲେ, ତାଙ୍କର ଅନ୍ୟ କ’ଣ ଅଭିଯୋଗ ରହିଛି, ତାହାର ତଦନ୍ତ କରାଯାଉଛି ବୋଲି ଆରକ୍ଷୀ ଅଧିକ୍ଷକ ଡା. ସର୍ବଣା ବିବେକ ଏମ୍ ପ୍ରକାଶ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୨୮ ତାରିଖରେ ଭଗବାନ ସାହୁ ନାମକ ଜଣେ ବ୍ୟକ୍ତି ଏସ୍ଡିଜେଏମ୍ଙ୍କ ଅଦାଲତ ଭିତରେ ପଶି ବିଚାରପତିଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ କରିଥିଲେ। ତାଙ୍କୁ ଆଇନ୍ଜୀବୀ ଏବଂ କୋର୍ଟ କର୍ମଚାରୀମାନେ କାବୁ କରିଥିଲେ। ବାରମ୍ବାର ଏଭଳି ଘଟଣାକୁ ନେଇ ଏସ୍ପି କହିଛନ୍ତି ଯେ, କୋର୍ଟ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁଇଜଣ କନେଷ୍ଟବଳଙ୍କୁ ମୂତୟନ କରାଯାଇଛି। ଅନ୍ୟ କୋର୍ଟଗୁଡ଼ିକରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ପୋଲିସ ମୂତୟନ କରାଯାଇଛି।
BREAKING NEWS
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
Comments are closed.