Latest Odisha News

BREAKING NEWS

ନବୀନଙ୍କ ମାଷ୍ଟରଷ୍ଟ୍ରୋକ, ସଭାରେ କହିଲେ ‘୨୦୨୩ରେ ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର’

ପଦ୍ମପୁର: ପଦ୍ମପୁର ଗଲେ, ପେଡ଼ି ଖୋଲିଲେ । ନବୀନ ଖେଳିଲେ ମାଷ୍ଟରଷ୍ଟ୍ରୋକ୍ । କହିଲେ ଜିଲ୍ଲା ହେବ ପଦ୍ମପୁର । ୨୦୨୩ରେ ପୂରଣ ହେବ ପଦ୍ମପୁରବାସୀଙ୍କ ସ୍ୱପ୍ନ । ଉପନିର୍ବାଚନ ପ୍ରଚାରକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ପଦ୍ମପୁରରେ ମାରାଥନ୍ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଲୋକଙ୍କ ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ବିଷୟରେ କହିବା ସହ ନବୀନ ରାଜ୍ୟ ବିଜେପି ନେତୃତ୍ୱ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, କେନ୍ଦ୍ର ରାଜ୍ୟ ପ୍ରତି ଅବହେଳା କରୁଛି । ମୁଁ ଆପଣଙ୍କ ପାଇଁ ଲଢ଼ିବି । ୨୦୨୩ରେ ପଦ୍ମପୁରବାସୀଙ୍କ ସ୍ୱପ୍ନ ପୂରଣ ହେବ । ପଦ୍ମପୁର ଜିଲ୍ଲା ଦାବିକୁ ମାନ୍ୟତା ମିଳିବ ।

ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଗରିବଙ୍କୁ ଘର ପାଇବାରୁ ବଞ୍ଚିତ କରୁଥିବା କହିଛନ୍ତି ନବୀନ । ଓଡ଼ିଶାର ଭଲ କାମ ପାଇଁ କେନ୍ଦ୍ରର ବିଜେପି ସରକାର ପୁରସ୍କୃତ କରୁଥିବା ବେଳେ ରାଜ୍ୟ ବିଜେପି ନେତୃତ୍ୱ ବିରୋଧ କରି ବାହା ବାହା ନେଉଛନ୍ତି । ମୁଁ ଆପଣଙ୍କ ହକ୍ ପାଇଁ ଲଢ଼ିବି । କେନ୍ଦ୍ର ଗରିବଙ୍କୁ ଘର ନଦେଲେ ଆମେ ଦେବୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ପଦ୍ମପୁରକୁ ରେଳ ଲାଇନ୍ ନେଇ ରାଜ୍ୟର ଅସହଯୋଗ ନେଇ କେନ୍ଦ୍ର ରେଳମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରି ନବୀନ ପ୍ରଶ୍ନ କରିଛନ୍ତି । କହିଛନ୍ତି, କେନ୍ଦ୍ରମନ୍ତ୍ରୀ କୁହନ୍ତୁ କେଉଁ ଗାଁ ଦେଇ ଯିବ ରେଳ ଲାଇନ୍ । ଜମି ଅଧିଗ୍ରହଣ ନେଇ କେବେ ରାଜ୍ୟକୁ ପ୍ରସ୍ତାବ ଦେଇଛି କେନ୍ଦ୍ର ? ଏସବୁ କଥା ପଚାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.