Latest Odisha News

BREAKING NEWS

ଦୁଷ୍କର୍ମ ପୀଡିତା ହେଲେ ଗର୍ଭବତୀ, ବନ୍ଧା ହେଲା ଅଭିଯୁକ୍ତ

ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପାଞ୍ଚମାସର ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଲା। ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ବୀରମିତ୍ରପୁର ପୋଲିସ ଗିରଫ କରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଉଛି କୁମଝରିଆ ଅଞ୍ଚଳର କୁଲଦୀପ ହାଁସଦା(୨୩)।

ସୂଚନା ଅନୁଯାୟୀ, ଅଭିଯୁକ୍ତ କୁଲଦୀପ ନାବାଳିକା ଛାତ୍ରୀଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ନିଜ ପ୍ରେମଜାଲରେ ଫସାଇଥିଲା। ଜୁନ୍‌ ମାସରେ ଛାତ୍ରୀଙ୍କୁ ଡକାଇ ଜୋରଜବରଦସ୍ତ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବା ଧମକ ଦେଇ ସେଠାରୁ ଫେରାର ହୋଇଯାଇଥିଲା ଯୁବକ। ଭୟରେ ଛାତ୍ରୀ ଜଣକ ଏ ବିଷୟରେ ଘରେ କାହାରିକୁ କହିନଥିଲେ।

ଦୁଇଦିନ ଆଗରୁ ପେଟବ୍ୟଥା ହେବାରୁ ଛାତ୍ରୀଙ୍କ ପରିବାର ଲୋକେ ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ। ସେଠାରେ ପରୀକ୍ଷା ପରେ ଛାତ୍ରୀ ପାଞ୍ଚ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରିବାର ପଚାରିବାରୁ ଛାତ୍ରୀ ସବୁ କଥା କହିଥିଲେ। ଗୁରୁବାର ରାତିରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ବୀରମିତ୍ରପୁର ଥାନାରେ ଲିଖିତ ଏତଲା ଦିଆଯାଇଥିଲା । ବୀରମିତ୍ରପୁର ଥାନାଧିକାରୀ ପୋକ୍ସୋ ଧାରାରେ ଏକ ମାମଲା ରୁଜୁକରି ତାଙ୍କ ଗାଁରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଛି।

Leave A Reply

Your email address will not be published.