Latest Odisha News

BREAKING NEWS

ଜାଡେଜା ୬ ସପ୍ତାହ ଖେଳିବେନି, ପନ୍ତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିପାରନ୍ତି

ସିଡନୀ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ଆଘାତପ୍ରାପ୍ତ ହୋଇଥିଲେ । ଏହା କେତେ ଗୁରୁତର ଜାଣିବା ପାଇଁ ସେମାନଙ୍କ ଆଘାତ ସ୍ଥାନର ସ୍କାନ କରାଯାଇଥିଲା । ସ୍କାନ ରିପୋର୍ଟରେ ଜାଡେଜାଙ୍କ ବୁଢ଼ା ଆଙ୍ଗୁଳି ଭାଙ୍ଗିଥିବାରୁ ତାଙ୍କୁ ୬ ସପ୍ତାହ ବିଶ୍ରାମ ଦିଆଯାଇଛି । ଫଳରେ ସେ ବାକିତକ ମ୍ୟାଚ ଆଉ ଖେଳି ପାରିବେନି । ଅପରପକ୍ଷରେ ପନ୍ତଙ୍କ ରିପୋର୍ଟ ଚିନ୍ତାଜନକ ନାହିଁ । ଏପରି କି ଯଦି ଆବଶ୍ୟକ ପଡେ ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ମଧ୍ୟ କରିପାରନ୍ତି ।

ଶନିବାର ଜାଡେଜା ବ୍ୟାଟିଂ କରୁଥିବା ବେଳେ ମିଚେଲ ଷ୍ଟାର୍କଙ୍କ ବଲ ତାଙ୍କ ହାତରେ ବାଜିଥିଲା । ଭାରତ ୨୪୪ରେ ଅଲଆଉଟ ହେବା ପରେ ଜାଡେଜା ଆଉ ବୋଲିଂ କରିବାକୁ ଆସି ନ ଥିଲେ । ସେହିପରି ପନ୍ତ ବ୍ୟାଟ ଧରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

Leave A Reply

Your email address will not be published.