Latest Odisha News

ଟିକା ନେବାକୁ ଚାହୁ଼ଁଥିଲେ ଏବେ ମିଳିବ ଫ୍ରି ରାଇଡ୍

ନୂଆଦିଲ୍ଲୀ: ଟିକା ନେବାକୁ ଚାହୁ଼ଁଥିଲେ ଏବେ ମିଳିବ ଫ୍ରି ରାଇଡ୍। ଏଭଳି ଖବର ଆସିଛି ଦିଲ୍ଲୀ ଏନସିଆର ଅଞ୍ଚଳରୁ।

ଯଦି ଆପଣ ଦିଲ୍ଲୀ ଏନସିଆରରେ ରହୁଛନ୍ତି, ତେବେ ଆପଣଙ୍କୁ ଟିକା କେନ୍ଦ୍ରକୁ ଯିବାକୁ ଫ୍ରି ରାଇଡ୍ ମିଳିବ। ଏହି କମ୍ପାନୀ ପକ୍ଷରୁ ଟିକା କେନ୍ଦ୍ରକୁ ଆସିବା ଏବଂ ଯିବା ପାଇଁ ଦିଲ୍ଲୀ ଏନସିଆରର ଲୋକଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯିବ।

ଏନେଇ ରାପିଡୋ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନୀ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ ଟିକା କେନ୍ଦ୍ରକୁ ଯିବା ପାଇଁ ମାଗଣା ରାଇଡ୍ ଦେବ।

ରାପିଡୋ ନାମକ ଏହି କମ୍ପାନୀ ମାର୍ଚ୍ଚରେ #RideToVaccinate ଅଭିଯାନ ଆରମ୍ଭ କରିଥିଲା ​। କମ୍ପାନୀ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଦିଲ୍ଲୀ ଏନସିଆରରେ ପ୍ରାୟ ୧୦ ହଜାର ମାଗଣା ସେବା ଯୋଗାଇଛି।

ଏହାବ୍ୟତୀତ ରାପିଡୋ ୧୮ଟି ଡାକ୍ତରଖାନାର ଏକ ତାଲିକା ମଧ୍ୟ ଶେୟାର କରିଛି। ଯେଉଁଠିକି ଟିକା ନେବାକୁ ଗଲେ ଆପଣ ରାପିଡୋରୁ ମାଗଣା ରାଇଡ କରିପାରିବେ। ସାଧାରଣ ବୁକିଂ ପରି ବୁକ୍ କରିବା ପାଇଁ ଆପଣଙ୍କୁ ରାପିଡୋ ଆପ୍ ବ୍ୟବହାର କରିବାକୁ ପଡିବ‌।

Leave A Reply

Your email address will not be published.