Latest Odisha News

BREAKING NEWS

ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ: ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଭଦ୍ରକ ପୋକ୍ସ କୋର୍ଟ । ନାବାଳିକା ଯୌନ ଶୋଷଣ ମାମାଲାର ବିଚାର କରି ନାୟକାଣି ଡ଼ିହି ଥାନା ତମ୍ବାଖଣ୍ଡି ଗାଁର ରାଜନୀକାନ୍ତ ନାୟକଙ୍କ ପୁଅ ଜଗା ଓରଫ ରତିକାନ୍ତ ନାୟକ (୩୩) ଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ୩୭୬ (୨) (ଏଫ୍), ୩୭୬ (୨) (ଏନ୍) ଓ ନାବାଳିକା ଯୌନ ନିର୍ଯ୍ୟାତାନା ଅପରାଧ ନିରୋଧ ଆଇନର ଦଫା ୬ ମୁତାବକ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି ଭଦ୍ରକ ସ୍ୱତନ୍ତ୍ର ପୋକ୍ସ କୋର୍ଟର ବିଚାରପତି ମୁକ୍ତି ରଞ୍ଜନ ଶତପଥୀ ।

ସୂଚନା ଅନୁଯାୟୀ, ୧୫ ବର୍ଷର ଜନୈକା ନାବାଳିକା ଝିଅକୁ ବିବାହର ପ୍ରତିଶୃତି ଦେଇ ତା ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ପରେ ବିବାହ କରିବାକୁ ମନା କରିବାରୁ ପୀଡିତା ନିଜେ ନାୟାକାଣି ଡ଼ିହି ଥାନରେ ଗତ ୨୦୧୪ ମେ ୧୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ କେସ୍ ନଂ ୭୩/୧୪ରେ ଏକ ମାମଲା ରୁଜୁ କରି ପୋଲିସ ରତିକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଚାର୍ଜସିଟ୍ ଦାଖଲ ପରେ ପିଡିତା ରତିକାନ୍ତଙ୍କ ବିରୁଦ୍ଧରେ ବୟାନ ଦେଇଥିଲେ ।

ମାନ୍ୟବର କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଆଜି ଦୋଷୀ ସାବ୍ୟସ୍ତ କରି ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି । ପୀଡିତାଙ୍କ ପାଇଁ ସ୍ୱତନ୍ତ୍ର ସରକାରୀ ଓକିଲ ବଟକୃଷ୍ଣ ଦାସ ମାମାଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.