Latest Odisha News

ପତ୍ନୀ ଜସ୍ମିନ୍‌ଙ୍କଠାରୁ ଅଲଗା ହୋଇଯିବେ ରାପର୍‌ ବାଦ୍‌ଶାହ!

ନୂଆଦିଲ୍ଲୀ: ପ୍ଲେବ୍ୟାକ୍ ସିଙ୍ଗର୍‌ ଏବଂ ରାପର୍ ବାଦଶାହଙ୍କ ବ୍ୟକ୍ତିଗତ ସେତେଟା ଭଲ ଚାଲି ନଥିବା ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ ସେ କିଛି ସମୟ ଧରି ତାଙ୍କ ପତ୍ନୀ ଜସ୍ମିନଙ୍କଠାରୁ ଦୂରେଇ ରହୁଛନ୍ତି। ଯାହା ଅନୁମାନ କରାଯାଉଛି ଯେ ଦୁହେଁ ବୋଧ୍‌ ହୁଏ ଅଲଗା ହୋଇଯାଇଛନ୍ତି। ତେବେ ଏହି ଦୂରତା ଲକଡାଉନ୍ କାରଣରୁ ହୋଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ବାଦଶାହ ମୁମ୍ବାଇରେ ଥିବାବେଳେ ଜସ୍ମିନ୍ ଲକ୍‌ଡାଉନ୍‌ଠାରୁ ପଞ୍ଜାବରେ ଅଛନ୍ତି।

କୁହାଯାଉଛି ଯେ ଉଭୟଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କାରଣ ଯୋଗୁ ମନୋମାଳିନ୍ୟ ହୋଇଛି। ପରେ ଏହାର ସମାଧାନ ହୋଇଯିବ। ପ୍ରତ୍ୟେକ ଦମ୍ପତିଙ୍କ ମଧ୍ୟରେ ଏହିପରି ନୋକ୍‌ଝୋକ୍‌ ତ ସାଧାରଣ କଥା। ତେବେ ବାଦଶାହ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

 

 

Comments are closed.