Latest Odisha News

BREAKING NEWS

ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ

ଲାହୋର: ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକ ବାବର ଆଜମଙ୍କ ଉପରେ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ବାବର ବିବାହ କରିବେ ବୋଲି କହି ୧୦ ବର୍ଷ ହେବ ମୋ ସହିତ ଛଳନା କରୁଛନ୍ତି ବୋଲି ହାମିଜା ନାମକ ମହିଳା ଜଣଙ୍କ କହିଛନ୍ତି । ୨୦୧୧ରେ କୋର୍ଟ ମ୍ୟାରେଜ ପାଇଁ ଘରୁ ତାଙ୍କ ସହିତ ପଳାଇ ଆସିଥିଲି । ଆମେ ଗୁଲବର୍ଗ ଓ ପଞ୍ଜାବ ହାଉସିଂ ସୋସାଇଟିରେ ଭଡା ଘରେ ରହୁଥିଲୁ । ସେ ସମୟରେ ବାବର କ୍ରିକେଟରେ ଏତେଟା ନାଁ କରି ନ ଥିଲେ ।

୨୦୧୪ରେ ଜାତୀୟ ଦଳରେ ଖେଳିବା ପରେ ତାଙ୍କ ମନୋବୃତି ବଦଳି ଯାଇଥିଲା । ୨୦୧୭ରେ ବାବରଙ୍କ ବିରୋଧରେ ନାସିରାବାଦ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲି । ଏହା ପରେ ବାବର ତାଙ୍କ ନମ୍ବର ବଦଳାଇ ଦେଇଥିଲେ । ତାଙ୍କୁ ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକ ପଦରୁ ହଟାଇବା ପାଇଁ ହାମିଜା ପିସିବିକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.