Latest Odisha News

BREAKING NEWS

ସୁଟିଂ ବେଳେ ଅସୁସ୍ଥ ହୋଇପଡ଼ିଲେ ରାକେଶ ବାପାଟ, ଆଇସିୟୁରେ ଭର୍ତ୍ତି

ମୁମ୍ବାଇ : ସୁଟିଂ ଚାଲିଥିବା ବେଳେ ବଲିଉଡ ଅଭିନେତା ରାକେଶ ବାପାଟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ତାଙ୍କୁ ଦୁବାଇସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ରାକେଶ ତାଙ୍କର ଅସୁସ୍ଥତା ସମ୍ପର୍କରେ କହିବା ସହ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋରେ ସେ ହସ୍ପିଟାଲ ବେଡରେ ଥିବାର ନଜର ଆସିଛନ୍ତି । ଏହା ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଆଶୁ କାମନା କରିଛନ୍ତି ।

ରାକେଶଙ୍କର ଦୁବାଇରେ ସୁଟିଂ ଚାଲିଛି । ସେଠାରେ ପ୍ରବଳ ଗରମ ଯୋଗୁ ତାଙ୍କର ଜ୍ୱର ହୋଇଥିଲା । ଏଥିସହିତ ତାଙ୍କର ରକ୍ତଚାପରେ ମଧ୍ୟ ସମସ୍ୟା ଦେଖାଦେବାରୁ ସୁଟିଂ ସେଟ୍‌ରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.