Latest Odisha News

BREAKING NEWS

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଯାଜପୁର : ମଙ୍ଗଳପୁର ଥାନା ଅନ୍ତର୍ଗତ ତରପଦା ଗାଁରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର ।  ଯାଜପୁର ରୋଡ ବନ ବିଭାଗ ଦ୍ୱାରା ଉଦ୍ଧାର ଏହି ବିରଳ କଇଁଛ ଉଦ୍ଧାର କରାଯାଇଛି l ସୂଚନା ଅନୁଯାୟୀ, କଟକ ବନଖଣ୍ଡ ଅଧିକାରୀ ଡ଼ ସଞ୍ଜୟ କୁମାର ସ୍ୱାଇଁ  କୌଣସି ସୂତ୍ରରୁ ତରପଦା ଗାଁରେ ଏକ ବିରଳ ପ୍ରଜାପତିର କଇଁଛ ବୁଲୁଥିବା ଖବର ପାଇଥିଲେ l

ଯାଜପୁର ରୋଡ ରେଞ୍ଜର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ନିର୍ଦ୍ଦେଶରେ ଏହି କଇଁଛ ଉଦ୍ଧାର କରାଯାଇଥିଲା । ଏନେଇ କଟକ ବନଖଣ୍ଡଙ୍କ ନିର୍ଦ୍ଦେଶ କ୍ରମେ କଇଁଛଟିକୁ ବାରଙ୍ଗ ସ୍ଥିତ ନନ୍ଦନକାନକୁ ପଠାଯାଇଛି l

Leave A Reply

Your email address will not be published.