Latest Odisha News

BREAKING NEWS

ବିଜେଡି ରାଜ୍ୟ ସମ୍ପାଦକ ହେଲେ ରାଜୁ ଘିବେଲା

ଭୁବନେଶ୍ୱର : ବରଗଡ ଜିଲ୍ଲା ପଦ୍ମପୁରର ରାଜୁ ଘିବେଲା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ଦଳ ପକ୍ଷରୁ ନିଯୁକ୍ତି ପାଇଛନ୍ତି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଘିବେଲାଙ୍କୁ ଦେଇଛନ୍ତି ଦଳରେ ଗୁରୁତ୍ୱପୂର୍ଣ୍ଣ ପଦ । ଏନେଇ ଦଳ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ତୁରନ୍ତ ଏହି ନିଷ୍ପତ୍ତିକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ନିକଟରେ ସେ ବିଜେଡିରେ ସାମିଲ ହୋଇଥିଲେ । ୨୦୧୯ରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ । ତା ପୂର୍ବରୁ ସେ ବିଜେପିରେ ଥିଲେ । କିନ୍ତୁ ଦଳରୁ ଟିକେଟ ନମିଳିବାରୁ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏବେ ବିଜେଡି ତାଙ୍କୁ ଦଳରେ ସାମିଲ କରିବା ସହିତ ବଡ ପଦରେ ଅବସ୍ଥାପିତ କରିଛି ।

 

Leave A Reply

Your email address will not be published.