Latest Odisha News

BREAKING NEWS

ଗଞ୍ଜାମରୁ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ଗାଁରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ପକ୍ଷୀଟି ଉଡିଯାଉଥିବା ସମୟରେ କିଛି କାଉଙ୍କ ଆକ୍ରମଣର ଶିକାର ହୋଇ ଆସି ଜଣଙ୍କ ଘର ବାରଣ୍ଡାରେ ପଡିଥିଲା। ଏନେଇ ସ୍ଥାନୀୟବାସୀ ଖଲ୍ଲିକୋଟ ବନବିଭାଗକୁ ଖବର ଦେଇଥିଲେ ।

ଖବର ପାଇବା ପରେ ଖଲ୍ଲିକୋଟ ବନବିଭାଗର ନିର୍ଦ୍ଦେଶକ୍ରମେ ସୁମଣ୍ଡଳ ସେକ୍ସନ ବନ କର୍ମଚାରୀ ସୁଦାମ ଦଳାଇ ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରିଛନ୍ତି।

ତେବେ ଆହତ ଅବସ୍ଥାରେ ପକ୍ଷୀଟିକୁ ଉଦ୍ଧାର କରାଯାଇ ଥିବାରୁ ଚିକିତ୍ସା ପରେ ତାକୁ ଜଙ୍ଗଲରେ ଛାଡିଦିଆଯିବ ବୋଲି ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.