Latest Odisha News

BREAKING NEWS

ସନ୍ଦୀପ ସିଂଙ୍କ ସହ କ’ଣ ରହିଛି କଙ୍ଗନା ଓ ରଙ୍ଗୋଲିଙ୍କ ସଂପର୍କ ?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରହସ୍ୟମୟ ବ୍ୟକ୍ତି ସନ୍ଦୀପ ସିଂ । ପ୍ରଥମେ ସୁଶାନ୍ତଙ୍କୁ ନିଜର ବନ୍ଧୁ ବୋଲି କହିଥିଲେ । ହେଲେ ରିୟା ଓ ସୁଶାନ୍ତଙ୍କ ପରିବାର ଲୋକେ ସନ୍ଦୀପଙ୍କୁ ଜାଣିନଥିବା କହିବା ପରେ ଘଟଣା ଭିନ୍ନ ମୋଡ ନେଇଥିଲା । ଏପରିକି ଦେବେନ୍ଦ୍ର ଫଡନାଭିସ ଓ ବିଜେପିର ଅନେକ ନେତାଙ୍କ ସହ ସନ୍ଦିପଙ୍କ ଫଟୋ ରାଜନୈତିକ କ୍ଷେତ୍ରରେ ହଟଚମଟ ସୃଷ୍ଟି କରିଥିଲା ।

ନିକଟରେ ସନ୍ଦୀପଙ୍କ ସହ କଙ୍ଗନା ଓ ରଙ୍ଗୋଲିଙ୍କ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋ ସୋସିଆଲ୍ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । କିଛିଦିନ ପୂର୍ବରୁ ସନ୍ଦୀପଙ୍କୁ ଏକ ମୋହରା ଓ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସେ ପ୍ରତ୍ୟକ୍ଷ ଭାବେ ଜଡିତ ବୋଲି କଙ୍ଗନା ଆକ୍ଷେପ କରିଥିଲେ । ହେଲେ ଏବେ ସେହି ସନ୍ଦୀପଙ୍କ ସହ କଙ୍ଗନା ଓ ରଙ୍ଗୋଲିଙ୍କ ଫଟୋ କିଛି ଭିନ୍ନ ଇସାରା ଦେଉନି ତ ?

ପେଶାରେ ସନ୍ଦୀପ ଜଣେ ଫିଲ୍ମ ନିର୍ମାତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ରେ ସେ ସହ-ନିର୍ଦ୍ଦେଶକ ଭାବେ କାମ କରିଥିଲେ । ସନ୍ଦୀପଙ୍କୁ ନେଇ କଂଗ୍ରେସ ସମେତ ଅନ୍ୟ ସମସ୍ତ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ୍ କରିଆସିଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା କଙ୍ଗନା, ରଙ୍ଗୋଲି ଓ ସନ୍ଦୀପଙ୍କ ଫଟୋ ଯଥେଷ୍ଟ ପୁରୁଣା । ଏଥିରେ ତିନିଜଣ ବେଶ ଖୁସୀ ଥିବା ସ୍ପଷ୍ଟ ଦେଖାଯାଇପାରେ । ଫଟୋଟି ସନ୍ଦିପଙ୍କ ୱବସାଇଟ୍‌ରେ ବି ରହିଛି । ତେବେ କିଏ ଏହି ରହସ୍ୟମୟ ସନ୍ଦୀପ ? କଙ୍ଗନା ଓ ରଙ୍ଗୋଲିଙ୍କ ସହ କ’ଣ ରହିଛି ତାଙ୍କର ସଂପର୍କ ?

Leave A Reply

Your email address will not be published.