Latest Odisha News

ଫିଲିପିନ୍ସରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଥିଲେ ୮୫ ଯାତ୍ରୀ

ମାନିଲା: ଫିଲିପିନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା । ୮୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ସେନାର ଗୋଟିଏ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବାୟୁସେନାର ବିମାନ C130 ସ୍ଥାନୀୟ ସମୟ ସକାଳ ସାଢ଼େ ୧୧ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ସୂଚନା ଦେଇଛନ୍ତି ଫିଲିପିନ୍ସ ସେନା ମୁଖ୍ୟ ସିରିଲିଟୋ ସୋବେଜାନା ।

BjdElectrycity

ଏହି ଘଟଣା ପରେ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅଭିଯାନ । ଉତ୍ତର ଫିଲିପିନ୍ସର ସୁଲୁ ପ୍ରଦେଶର ଜୋଲୋରେ ଅବତରଣ ବେଳେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ୍ । ମୃତକଙ୍କ ବାବଦରେ କୌଣସି ସଠିକ୍ ସୂଚନା ମିଳି ନାହିଁ । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.