Latest Odisha News

BREAKING NEWS

ଡେଙ୍ଗୁରୁ ସୁସ୍ଥ ହେବା ପରେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହେଲେ ବ୍ୟକ୍ତି

ନୂଆଦିଲ୍ଲୀ: ଡେଙ୍ଗୁରୁ ସୁସ୍ଥ ହେବାର ୧୫ ଦିନ ପରେ ଜଣେ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନୂଆଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଡେଙ୍ଗୁରୁ ସୁସ୍ଥ ହେବାର ୧୫ ଦିନ ପରେ ଗ୍ରେଟର ନୋଏଡାର ବାସିନ୍ଦା ମହମ୍ମଦ ତାଲିବ ତାଙ୍କ ଗୋଟିଏ ଆଖିରୁ ହଠାତ୍ ଦୃଷ୍ଟି ଶକ୍ତି ହରାଇବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଇନ୍ଦ୍ରପ୍ରଥା ଆପୋଲୋ ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା କହିଛନ୍ତି ଯେ, ଡେଙ୍ଗୁରୁ ସୁସ୍ଥ ହେବା ପରେ ବ୍ୟକ୍ତି ଜଣକ ଗୋଟିଏ ଆଖିରୁ ହଠାତ୍‌ ଦୃଷ୍ଟିଶକ୍ତି ହ୍ରାସ ପାଇଥିଲା। ବ୍ୟକ୍ତି ଜଣକ ଡାକ୍ତରଖାନାକୁ ଆସିବା ପରେ ଏକ ବିରଳ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ବିରଳ ବ୍ଲାକ୍‌ ଫଙ୍ଗସ୍‌ ସାଧାରଣତଃ ମଧୁମେହ ରୋଗୀଙ୍କଠାରେ ଦେଖିବାକୁ ମିଳିଥାଏ। ଏହି ଫଙ୍ଗସ୍ ଖୁବ୍‌ ଶୀଘ୍ର ନାକ, ଆଖି ଏବଂ ମସ୍ତିଷ୍କର ସୁସ୍ଥ ଟିସୁରେ ଆକ୍ରମଣ କରେ। ପରବର୍ତ୍ତୀ ସମୟରେ ଏହା ଦୀର୍ଘକାଳୀନ ଜଟିଳତା ସୃଷ୍ଟି କରିପାରେ ବୋଲି ଡା. ସୁରେଶ ସିଂ କହିଛନ୍ତି।

Comments are closed.