ଅମରାବତୀ: ଜଣେ କାଉନସିଲର ନିଜ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେବାରୁ ସୋମବାର ନିଜ ଗାଲରେ ନିଜ ଚପଲ ମାଡ଼ କରିଛନ୍ତି। ଆନ୍ଧ୍ରପ୍ରଦେଶ ଅଙ୍କପଲ୍ଲୀ ଜିଲ୍ଲାର ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ନର୍ସିପାଟଣା ମ୍ୟୁନିସିପାଲିଟିର ଓ୍ୱାର୍ଡ ନମ୍ବର ୨୦ର କାଉନସିଲର ମୁଲାପର୍ଥୀ ରାମାରାଜୁ କାଉନସିଲ ବୈଠକରେ ନିଜର ହତାଶା ଭାବ ପ୍ରକାଶ କରିବା ପରେ ନିଜ ଗାଲରେ ଚପଲ ମାଡ କରିଥିବାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି।
କାଉନସିଲର ଭାବେ ସେ ୩୧ ମାସ ହେବ ନିର୍ବାଚିତ ହୋଇଛନ୍ତି। କିନ୍ତୁ ସେ ତାଙ୍କ ଓ୍ୱାର୍ଡରେ ଡ୍ରେନେଜ୍ ସମସ୍ୟା, ବିଜୁଳି, ପରିମଳ, ରାସ୍ତା ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବାରେ ଅସମର୍ଥ ବୋଲି ରାମରାଜୁ କହିଛନ୍ତି।
ଅଟୋ ଚଳାଇ ଜୀବିକା ନିର୍ବାହ କରୁଥିବା ୪୦ ବର୍ଷୀୟ ଏହି କାଉନସିଲର କହିଛନ୍ତି ଯେ ସେ ସମସ୍ତ ବିକଳ୍ପ ଚେଷ୍ଟା କରିଥିଲେ କିନ୍ତୁ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିପାରିନାହାନ୍ତି।
తెలుగుదేశం పార్టీ తరపున గెలిచిన లింగాపురం గ్రామ గిరిజన ప్రజాప్రతినిధి ఆయన. పదవిలో ఉండి కూడా 30 నెలలుగా గ్రామంలో ఒక్క కుళాయి కూడా వేయించలేకపోయానని… దీనికంటే చచ్చిపోవడం నయమని కౌన్సిలర్ల సమావేశంలో కన్నీరు పెట్టుకుని, చెప్పుతో కొట్టుకున్నారాయన.#AndhraPradesh #NalugellaNarakam… pic.twitter.com/u6k4E5KXZy
— Telugu Desam Party (@JaiTDP) July 31, 2023
ସେ ଅଭିଯୋଗ କରିଛନ୍ତି ଯେ, ସ୍ଥାନୀୟ ପୌର ଅଧିକାରୀ ୨୦ ନମ୍ବର ଓ୍ୱାର୍ଡକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଛନ୍ତି । ଯାହାର ପରିଣାମ ସ୍ୱରୂପ ସେ ତାଙ୍କର କୌଣସି ଭୋଟରଙ୍କୁ ପାଣି ସଂଯୋଗ ମଧ୍ୟ ଦେଇ ପାରୁନାହାନ୍ତି।
ଉଲ୍ଲେଖଯୋଗ୍ୟ, ଆଜିର ଦିନରେ ଦୁର୍ନୀତିରେ ବିଶ୍ବବ୍ୟାପୀ ଭାରତର ସ୍ଥାନ ଚିନ୍ତାଜନକ ରହିଛି। ଆଉ ନେତାମାନେ ଭୋଟ୍ ଦେବାକୁ ଅପିଲ କରି ବିଭିନ୍ନ ସମୟରେ ନାନା ପ୍ରତିଶ୍ରୁତି ଦେଉଛନ୍ତି। କେତେ ପାଳନ ହେଉଛି ଆଉ କେତେ ପାଳନ ହେଉନାହିଁ ତାର ହିସାବ ରହୁନି। ଏପରି ସ୍ଥିତିରେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ କାଉନସିଲର ରାମାରାଜୁଙ୍କ ଭୋଟରଙ୍କ ପ୍ରତି ପ୍ରତିଶ୍ରୁତିବଦ୍ଧତା କେତେ ତାହା ଦର୍ଶାଉଛି। ଆଉ ସେ ପ୍ରତିଶ୍ରୁତି ପୂରଣ କରିନପାରି କେମିତି ଅନୁତପ୍ତ ହୋଇଛନ୍ତି ତାହା ମଧ୍ୟ ଦର୍ଶାଉଛି।
Comments are closed.