Latest Odisha News

ସମ୍ ନର୍ସିଂ କଲେଜ ପକ୍ଷରୁ ଫ୍ୟାକଲ୍ଟି ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ “ସିଷ୍ଟମାଟିକ୍ ଲିଟରେଚର ରିଭ୍ୟୁ ଆଣ୍ଡ ବିବଲିଓମେଟ୍ରିକ୍ ଆନାଲିସିସ୍‌” ଶୀର୍ଷକ ଏକ ୮ ଦିନିଆ ଫ୍ୟାକଲ୍ଟି ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାଶ ବିଶେଷଜ୍ଞ ଭାବେ ଯୋଗ ଦେଇ ଲିଟରେଚର ସର୍ଚ୍ଚ ର ପରିଚାଳନା, ସିଷ୍ଟମ୍ୟାଟିକ୍ ରିଭ୍ୟୁ ଓ ବିବଲିଓମେଟ୍ରିକ ଆନାଲିସିସ୍‌କୁ ନେଇ କିଭଳି କାର୍ଯ୍ୟ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ବିବଲିଓମେଟ୍ରିକ୍ ଆନାଲିସିସ୍ ସମ୍ପର୍କିତ ଅଧିକ ଜ୍ଞାନ ଆହରଣ ନିମନ୍ତେ ବିଭିନ୍ନ ସ୍କିଲ୍ ସେସନ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୫୦ ଜଣ ଫ୍ୟାକଲ୍ଟି ଯୋଗ ଦେଇଥିଲେ ।

Leave A Reply

Your email address will not be published.