Latest Odisha News

BREAKING NEWS

ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନର ମୃତ ଦେହ ଉଦ୍ଧାର

ପାରାଦ୍ଵୀପ: ପାରାଦ୍ଵୀପ ସମୁଦ୍ର କୂଳରୁ ମିଳିଛି ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନ । ସାଢ଼େ ଚାରିଫୁଟ ଲମ୍ବର ଏହି ଡଲଫିନର ଓଜନ ପାଖାପାଖି ୨୦ ରୁ ୨୫ କିଲୋ ମଧ୍ୟରେ ହେବ । ଏହି ଷ୍ଟେନେଲା ପ୍ରଜାତିର ଡଲଫିନ ସାଧାରଣତଃ ଆମ ସମୁଦ୍ରରେ ଖୁବ୍ କମ୍ ଦେଖିବାକୁ ମିଳିଥାଏ । ପାରାଦ୍ଵୀପ ବନ୍ଦରର ୫ ନମ୍ବର ଗେଟ ନିକଟ ହନୁମାନ ମନ୍ଦିର ପଛପଟ ସମୁଦ୍ର କୂଳରେ ପଡିଥିବାର ଦେଖି କିଛି ଯୁବକ ଏହାକୁ ପୋତି ଦେଇଥିଲେ ।

BjdElectrycity

ଏହାର ଉପର ଭାଗ କଳା ଚିକ୍ ଚିକ୍ ଦେଖାଯାଉଥିବା ବେଳେ ଏହାର ମୁହଁ ଲମ୍ବା ଥଣ୍ଟ ଭଳି ବାହାରିଛି । ବ୍ରାଜିଲ ଓ ଫ୍ରାନ୍ସ ଆଦି ଦେଶରେ ଏହି ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥାଏ । ତେବେ ବ୍ୟବଛେଦ ପରେ ଏହାର ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । କୁଜଙ୍ଗ ବନ ବିଭାଗ ଖବର ପାଇବା ପରେ ଏହାକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେଇଛନ୍ତି ।

Leave A Reply

Your email address will not be published.