Latest Odisha News

BREAKING NEWS

ରାଜ୍ୟରେ ଜୁଲାଇ ୧୬ ଯାଏ ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ବର: ସାରା ରାଜ୍ୟରେ ଜୁଲାଇ ୬ ଯାଏ ଆଂଶିକ ଲକ୍‌ଡାଉନ୍ ଲାଗୁ କରାଯାଇଛି। ଜୁଲାଇ ୧ ସକାଳ ୬ଟାରୁ ଜୁଲାଇ ୧୬ ସକାଳ ୬ଟା ଯାଏ ଏହା ଲାଗୁ ହେବ। ୱିକେଣ୍ଡ ସଟ୍‌ଡାଉନ୍‌ କେବଳ ୧୦ଟି ଜିଲ୍ଲାରେ ଜାରି ରହିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି।

ସମଗ୍ର ରାଜ୍ୟରେ ସନ୍ଧ୍ୟ‌ା ୬ଟାରୁ ସକାଳ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଜାରି ରହିବ। ଏହାସହିତ ବିବାହ, ବ୍ରତ ଶେଷକୃତ୍ୟ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଲାଗି ପୂର୍ବ ନି‌ର୍ଦ୍ଦେଶାବଳୀ ବଳବତ୍ତର ରହିବ।

କମ୍‌ ସଂକ୍ରମଣ ହାର ଥିବା ୨୦ଟି ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ। ଏହାଛଡ଼ା ଅନ୍ୟ ୧୦ଟି ଜିଲ୍ଲାରେ କେବଳ ସକାଳ ୬ରୁ ଅପରାହ୍ନ ୨ଟା ଯାଏ ଦୋକାନ ଖୋଲା ରହିବ।

ଟିକାକରଣ, ଟେଷ୍ଟିଂ ପାଇଁ କୌଣସି କଟକଣା ଲାଗୁ କରାଯାଇ ନାହିଁ।

Leave A Reply

Your email address will not be published.