Latest Odisha News

BREAKING NEWS

ଭଦ୍ରକରେ ମିଳିଲା ବିରଳ ପ୍ରଜାତି ମାଛ, ଦାମ୍ ଜାଣିଲେ ଉଡିଯିବ ହୋସ୍ !

ଭଦ୍ରକ: ଓଡିଶା ଉପକୂଳବର୍ତ୍ତୀ ଧାମରା ପୋର୍ଟ ନିକଟ ଗଭୀର ସମୁଦ୍ର ମଧ୍ୟରୁ ଜଣେ ମତ୍ସ୍ୟଜୀବୀ ଗତକାଲି ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି । ପରେ ଏହି ମାଛଟିକୁ ପ୍ରାୟ ୩୨ ହଜାର ମୂଲ୍ୟ ଟଙ୍କାରେ ନିଲାମ କରାଯାଇଥିବା ଜଣାପଡିଛି ।

କୈବଲ୍ୟ ପ୍ରଜାତିର ଏହି ଦୁର୍ଲଭ ମାଛଟିର ଓଜନ ପାଖାପାଖି ୧୫୦ କିଗ୍ରା.ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ମାଛଟିର ଓଜନ ଅଧିକ ଥିବା ଯୋଗୁଁ ତାର ଓଜନ ମପାଯାଇପାରି ନାହିଁ । ପରେ ମାଛଟିକୁ କୋଲକାତା ପଠାଯାଇଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ନିଲାମକୁ ଜଣେ ସ୍ଥାନୀୟ ଫାର୍ମସିଟ୍ୟୁକାଲ୍ ଫାର୍ମ ଜିତିବା ସହ ତାକୁ କୁଏତ୍ ରପ୍ତାନୀ କରୁଥିବା ଜଣାପଡିଛି ।

ତେବେ ରମେଶ ନାୟକ ନାମକ ଜଣେ ଡଙ୍ଗା ମାଲିକ କହିଛନ୍ତି ଯେ, ମାଛଟିର ଓଜନ ମପା ଯାଇଥିଲେ ଏହାର ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା ହୋଇଥାନ୍ତା ।

Leave A Reply

Your email address will not be published.