Latest Odisha News

୧୦୦ ବର୍ଷ ପରେ କଲମ୍ବିଆରେ ଦୃଶ୍ୟମାନ ହେଲା ବିରଳ ଗ୍ରୀନ ହନୀକ୍ରିପର ପକ୍ଷୀ

ନୂଆଦିଲ୍ଲୀ: କଲମ୍ବିଆରେ ପ୍ରାୟ ୧୦୦ ବର୍ଷ ପରେ ବିରଳ ଗ୍ରୀନ ହନୀକ୍ରିପର ପକ୍ଷୀ ଦୃଶ୍ୟମାନ ହୋଇଛି । ଯାହାକି ପକ୍ଷୀପ୍ରେମୀଙ୍କୁ ବେଶ ଆନନ୍ଦ ପ୍ରଦାନ କରିଛି । ଉଭୟ ଲିଙ୍ଗଧାରୀ ଏହି ପକ୍ଷୀର ଭିଡିଓ ଜଣେ ପ୍ରାଣୀବିଜ୍ଞାନୀ ଶେୟାର କରିଛନ୍ତି । ଓଟାଗୋ ୟୁନିଭରସିଟିରେ ଏହା ଉପରେ ଗବେଷଣା ଆରମ୍ଭ ହୋଇଛି । ବିଜ୍ଞାନ ଭାଷାରେ ଏହି ପକ୍ଷୀକୁ ବାଇଲାଟେରାଲ ଗାଇନାଡ୍ରୋମର୍ଫିକ କୁହାଯାଏ । ଏହି ପକ୍ଷୀର ଶରୀର ମଝିରୁ ଉଭୟ ଲିଙ୍ଗ ଅଲଗା ହୋଇ ରହିଥାଏ । ପ୍ରଫେସର ହାମିଶ ସ୍ପେନଶରଙ୍କ ମତରେ ଫିମେଲ ସେଲ ଡିଭିଜନ ଏଗ ପ୍ରଡ୍ୟୁସ କରିଥାଏ । ଏହା ପରେ ୨ଟି ସ୍ପର୍ମ ମାଧ୍ୟମରେ ଏହାର ଡବଲ ଫର୍ଟିଲାଇଜେଶନ ହୋଇଥାଏ । ଦୀର୍ଘ ଦିନ ହେବ ଏହି ପକ୍ଷୀ ଦେଖା ନ ଯିବା ପରିବେଶବିତ ଓ ଗବେଷକମାନଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଏପରିକି ସେମାନେ ଏହାକୁ ବିଲପ୍ତ ଶ୍ରେଣୀରେ ସାମିଲ କରିଥିଲେ ।

ସୋସିଆଲ ମିଡିଆରେ ଏହି ପକ୍ଷୀରେ ଫଟୋ ଶେୟାର କରାଯିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ୩ ସପ୍ତାହ ତଳୁ ଏହାର ଫଟୋ ଓ ଭିଡିଓ କରାଯାଇଥିଲେ ମଧ୍ୟ ଏବେ ଏହାକୁ ଚର୍ଚ୍ଚାକୁ ଆସିଛି । ସମ୍ପୃକ୍ତ ଅଂଚଳରେ ନିଶ୍ଚିତ ଭାବେ ଆଉ ଅଧିକ ପକ୍ଷୀ ଥିବେ ବୋଲି ଗବେଷକମାନେ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.