Latest Odisha News

BREAKING NEWS

ସୋମବାରରେ ପଡୁଛି ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ, ଜାଣନ୍ତୁ କେଉଁ ରଙ୍ଗର ବସ୍ତ୍ର ପିନ୍ଧିବେ ରାମଲାଲା

ଅଯୋଧ୍ୟା: ଯେପରି ବହୁତ ସୌଭାଗ୍ୟରେ ମଣିଷ ଜନ୍ମ ମିଳେ ସେପରି ଭଗବାନଙ୍କ ସେବା କରିବାର ସୁଯୋଗ ମଧ୍ୟ ଭାଗ୍ୟବାନ ବ୍ୟକ୍ତିଙ୍କୁ ମିଳିଥାଏ । ଭଗବାନ ତାଙ୍କ ସେବାର ସୁଯୋଗ ସେହି ଲୋକଙ୍କୁ ଦିଅନ୍ତି ଯାହାଙ୍କ ପାଖେ ଭଗବାନଙ୍କ ଉପରେ ଅନେକ ବିଶ୍ଵାସ ଓ ଭକ୍ତି ଥାଏ । ସେଥିପାଇଁ ତ ମାତା ଶବରୀ ଠାରୁ ଭଗବାନ ଅଇଁଠା କୋଳି ଖାଇଥିଲେ ତ ପୁଣି କେବେ ନଇ ପାର କରିବାକୁ ନାଉରିଆକୁ ମନବାଞ୍ଛିତ ବର ଦେଇଥିଲେ । ମନରେ ଭକ୍ତି, ବିଶ୍ଵାସ ଓ ଭଗବାନଙ୍କ ପ୍ରତି ଅଗାଢ ପ୍ରେମ ଥିଲେ ଭଗବାନ ଭକ୍ତଙ୍କ ପାଖେ ପାଖେ ରହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କଳିଯୁଗର ଜଣେ ଏପରି ଭାଗ୍ୟଶାଳୀ ପରିବାର ବିଷୟରେ କହିବୁ ଯାହାଙ୍କ ପରିବାରର ଗତ ଚାରି ପିଢି ଭଗବାନ ରାମଲାଲାଙ୍କ ପୋଷାକ ପ୍ରସ୍ତୁତ କରୁଛନ୍ତି | ଭଗବାନଙ୍କ ଭକ୍ତ ଏହି ଦରଜୀ ହେଉଛନ୍ତି ଭାଗବତ ପ୍ରସାଦ ପହରୀ |

ଅଯୋଧ୍ୟାର ବଶିଷ୍ଠ କୁଣ୍ଡ ପାଖରେ ରହୁଛନ୍ତି ଦରଜୀ ଭାଗବତ ପ୍ରସାଦ ପହରୀ । ତାଙ୍କର ପୂର୍ବ ପୁରୁଷରୁ ଏକ ଟେଲର୍ ଦୋକାନ ଅଛି | ଯାହାର ନାମ ଶ୍ରୀ ବାବୁଲାଲ ଟେଲର୍ସ | ଭାଗବତଙ୍କ ପରିବାରର ପୂର୍ବ ଚାରି ପିଢି ଭଗବାନ ରାମଙ୍କ ପାଇଁ ପୋଷାକ ତିଆରି କାମ କରନ୍ତି । ଅଯୋଧ୍ୟା ରାମ ମନ୍ଦିରରେ ବିଦ୍ୟମାନ ହେବାକୁ ଥିବା ପ୍ରଭୁ ରାମଲାଲାଙ୍କ ପାଇଁ ପୋଷାକ ତିଆରି କରିବାକୁ ଯେବେଠାରୁ ତାଙ୍କୁ ଅର୍ଡର ଦିଆଯାଇଛି ସେବେଠାରୁ ତାଙ୍କର ପୁରା ପରିବାର ପ୍ରଭୁଙ୍କ ପାଇଁ ଦିନରାତି ଏକ କରି କାମରେ ଲାଗିପଡିଛନ୍ତି । ଗତ ଡିସେମ୍ବର ୩୧ ତାରିଖରୁ ତାଙ୍କର ପୁରା ପରିବାର କେବଳ ଯେ ପ୍ରଭୁ ରାମଲାଲାଙ୍କ ପାଇଁ ତାହା ନୁହେଁ ବରଂ ମାତା ସୀତା, ଭାଇ ଲକ୍ଷ୍ମଣ ଏପରିକି ପ୍ରଭୁ ହନୁମାନଙ୍କ ପୋଷାକ ମଧ୍ୟ ତିଆରି କରିବା କାମରେ ଲାଗି ପଡିଛନ୍ତି ।

ଆସନ୍ତା ୨୨ ଜାନୁଆରୀ ଅନୁଷ୍ଠିତ ହେବ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ | ସେଦିନ ସୋମବାର ପଡୁଥିବାରୁ ପରମ୍ପରା ଅନୁଯାୟୀ ସେଦିନ ପ୍ରଭୁ ଧଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ବୋଲି କହିଛନ୍ତି ଭାଗବତ । କିନ୍ତୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ କାରଣରୁ ମନ୍ଦିର ଟ୍ରଷ୍ଟ ସେଦିନ ରାମଲାଲାଙ୍କୁ ପିତାମ୍ବରୀ ପାଟ ପିନ୍ଧାଇବାକୁ ଚାହୁଁଛନ୍ତି । ତେଣୁ ସେହି ଅନୁଯାୟୀ ରାମଲାଲାଙ୍କ ପୋଷାକ ପ୍ରସ୍ତୁତି କରାଯାଉଛି ।

 

Leave A Reply

Your email address will not be published.