Latest Odisha News

BREAKING NEWS

କୋଣାର୍କ ଉପକୂଳରେ ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ୨୦୭୭ ଅଣ୍ଡା ସଂଗ୍ରହ

କୋଣାର୍କ: କୋଣାର୍କ ସମୁଦ୍ର ଉପକୂଳରେ ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୯ଟି ବସାରେ ସମୁଦାୟ ୨୦୭୭ ଅଣ୍ଡା ସଂଗୃହିତ କରାଯାଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ରଖାଯାଇଛି । ଏହି ଅଣ୍ଡାଗୁଡିକ ୪ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରର ସୁରକ୍ଷିତ ଉପାୟରେ ରଖାଯାଇଛି ।

ସଂଗୃହିତ ଅଣ୍ଡାରୁ ଆସନ୍ତା ୪୫ରୁ ୫୫ ଦିନ ମଧ୍ୟରେ ଛୁଆ ଫୁଟିବ। ଏହା ପରେ ସୁରକ୍ଷିତ ଭାବେ ଅଲିଭ ରିଡଲେ ଶାବକମାନଙ୍କୁ ଗଭୀର ସମୁଦ୍ରକୁ ଛଡ଼ାଯିବ । ଅଲିଭ ରିଡଲେ କଇଁଛମାନଙ୍କ ନିରାପଦ ଓ ସମୂହ ଅଣ୍ଡାଦାନ ପାଇଁ ବନବିଭାଗ ତତ୍ପର ହୋଇଉଠିଛି ।

ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ସୁରକ୍ଷା ପାଇଁ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କଅଁରପୁର, ଚନ୍ଦ୍ରଭାଗା, ଦଶଧାଡିଆ ଓ ରାମଚଣ୍ଡୀ ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ର ଖୋଲାଯାଇଛି । ଅଲିଭ ରିଡଲେଙ୍କ ଅଣ୍ଡାଦାନ ପରେ ଅଣ୍ଡାଗୁଡିକ ବିଲୁଆ, କୁକୁରଙ୍କ ଠାରୁ ରକ୍ଷା କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିବା କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.