Latest Odisha News

BREAKING NEWS

ମାଛଧରା ଜାଲରେ କିପରି ଫସିଲା ବିରଳ ବଣୁଆ ବିଲେଇ; ଜାଣନ୍ତୁ…

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଏକ ବିରଳ ପ୍ରଜାତିର ବଣୁଆ ବିଲେଇକୁ ଧରିଛନ୍ତି ଜଣେ ମତ୍ସ୍ୟଜୀବୀ । ଏହି ବଣୁଆ ବିଲେଇଟି ‘ପ୍ରାଇନାଇଲୁରୁସ ଭାଇଭେରିନସ’ ପ୍ରଜାତିର ବୋଲି ଜଣାପଡ଼ିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚିଲିକାରେ ଅମୂଲ୍ୟ ପ୍ରଧାନ ନାମକ ଜଣେ ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ ଏହି ବଣୁଆ ବିଲେଇଟିକୁ ଧରିଥିଲେ । “ଗୋଟିଏ ମାଛଧରା ଜାଲରେ ଏହି ବିଲେଇଟି ଛନ୍ଦିହୋଇ ଛଟପଟ ହେଉଥିବାର ଆମେ ଦେଖିଥିଲୁ । ଆମେ ବିଲେଇଟିକୁ ଜାଲ ସହିତ ଆମ ଡ଼ଙ୍ଗାକୁ ଉଠାଇ ଆଣି ତୁରନ୍ତ ବନବିଭାଗକୁ ଖବର ଜଣାଇଥିଲୁ,” ବୋଲି ସେ କହିଛନ୍ତି ।

ସେ ଖାଦ୍ୟ ଅନ୍ୱେଷଣରେ ମାଛଧରା ଜାଲରେ ଫସିଯାଇଥିବାର ଆମେ ଅନୁମାନ କରୁଛୁ ବୋଲି ଅମୂଲ୍ୟ କହିଛନ୍ତି ।

ପ୍ରକାଶିତ ଖବର ଅନୁଯାୟୀ, ବିଲେଇଟିକୁ ବନବିଭାଗ କର୍ମଚାରୀମାନେ ଜାଲରୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଦେଇଥିବାର ଜଣାପଡ଼ିଛି ।

Leave A Reply

Your email address will not be published.