Latest Odisha News

ସରକାରୀ ଜମି ହଡ଼ପ ଅଭିଯୋଗ ପ୍ରମାଣିତ ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି: ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଜେପି ପକ୍ଷରୁ ହୋଇଥିବା ଜମି ହଡ଼ପ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

“ଗତକାଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ମୁଁ ୧୦୦ କୋଟି ଟଙ୍କାର ସରକାରୀ ଜମି ହଡ଼ପ କରିଛି ବୋଲି ଅଭିଯୋଗ କରିଛି । ମୁଁ ୭ ଥର ଲାଗି ପିପିଲିର ବିଧାୟକ ଭାବେ ନିର୍ବାଚିତ ହୋଇଛି । ମୁଁ କୌଣସି ସରକାରୀ ଜମି ନା ପିପିଲିରେ କି ଡେ଼ଲାଙ୍ଗରେ ହଡ଼ପ କରିନାହିଁ । ମୁଁ ଯଦି କୌଣସି ବେଆଇନ କାର୍ଯ୍ୟ କରିଥିବାର ବିଜେପି ପ୍ରମାଣିତ କରିଦିଏ ତେବେ ସବୁଦିନ ଲାଗି ମୁଁ ରାଜନୀତିରୁ ସନ୍ୟାସ ନେଇଯିବି,” ବୋଲି କହିଛନ୍ତି ପ୍ରଦୀପ ମହାରଥୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ନେତା ଆଶ୍ରିତ ପଟ୍ଟନାୟକ ଯିଏକି ମୁଁ ଜମି ହଡ଼ପ କରିଥିବା ନେଇ ଅଭିଯୋଗ ଆଣିଛନ୍ତି, ତାଙ୍କ ନାମରେ କମାକୁଣ୍ଟିଆ ଗାଁ’ରେ ୮.୬୪ ଏକର ସରକାରୀ ଜମି ରହିଛି ଏବଂ ତାଙ୍କରି ନାମରେ ମଧ୍ୟ ପିପିଲି ତହସିଲର ଏକଛଳିଆ ଗାଁ’ରେ ୧.୮୪ ଏକର ସରକାରୀ ଜମି ରହିଛି । “ଏହି ଗ୍ରାମର ଗ୍ରାମବାସୀମାନେ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ ଦାଏର କରିଛନ୍ତି । ଏପରିକି ସେଠାକାର ବାସିନ୍ଦା ତାଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିବାକୁ ଆରଡ଼ିସିଙ୍କୁ ଅନୁରୋଧ କରିଛନ୍ତି,” ବୋଲି ସେ କହିଛନ୍ତି ।

ବିଜେପିର ଏହି ଅଭିଯୋଗରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ମହାରଥୀ କହିଛନ୍ତି, ତାଙ୍କ ସହିତ କଂଗ୍ରେସ ନେତା ତଥା ପୂର୍ବତନ ପିପିଲି ବିଧାୟକ ଯୁଧିÂିର ସାମନ୍ତରାୟଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇଛି । “୨୦୧୫ରେ ସେ ମୋ ବିରୋଧରେ ହାଇକୋର୍ଟରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି । ମୁଁ ପାଣିଦୋଳ ମୌଜା ଏବଂ ପୋଡ଼ଗଣା ମୌଜାରେ ପାଚେରୀ କରିଥିବାର ଏହି ଅଭିଯୋଗରେ ଦର୍ଶାଯାଇଛି,” ବୋଲି ଶ୍ରୀ ମହାରଥୀ କହିଛନ୍ତି ।

Leave A Reply

Your email address will not be published.