Latest Odisha News

BREAKING NEWS

ରାଶି ଅନୁଯାୟୀ ଶିବଙ୍କୁ କିପରି ପୂଜା କଲେ ଦୂର ହେବ ଗ୍ରହପୀଡା, ଜାଣିବାକୁ ଚାହାନ୍ତି?

ଶ୍ରାବଣ ମାସ ଭଗବାନ ଶିବଙ୍କ ଅତିପ୍ରିୟ ମାସ । ଶ୍ରାବଣ ମାସରେ କରାଯାଉଥିବା ଶିବଙ୍କ ପୂଜା, ବ୍ରତ ଏବଂ ଉପାସନା ବହୁତ ଫଳଦାୟୀ ହେବା ସହ ପ୍ରଭାବଶାଳୀ ମଧ୍ୟ । ଶାସ୍ତ୍ରରେ “ଶିବ” ଶବ୍ଦର ଅର୍ଥ କଲ୍ୟାଣକାରୀ ଏହି ଦୃଷ୍ଟିକୋଣରୁ ବିଚାର କଲେ ଜ୍ୟୋତିଷ ଶାସ୍ତ୍ରରେ ଶ୍ରାବଣ ମାସକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । କାରଣ ଜ୍ୟୋତିଷଶାସ୍ତ୍ରରେ ଶ୍ରାବଣମାସରେ ଶିବଙ୍କ ପୂଜା ଦ୍ୱାରା ସମସ୍ତ ଗ୍ରହ ପୀଡା ଏବଂ ଗ୍ରହ ଦୋଷରୁ ଭୋଗ କରୁଥିବା କଷ୍ଟରୁ ମୁକ୍ତି ମିଳିଥାଏ । ଯେଉଁଥିରେ ପ୍ରତ୍ୟେକ ରାଶିର ବ୍ୟକ୍ତିଙ୍କ ପାଇଁ ଭଗବାନ ଶିବଙ୍କ ଉପାସନା ଏବଂ ପୂଜାର ବିଶେଷ ଉପାୟ ବର୍ଣ୍ଣିତ ହୋଇଛି । ତଦନୁଯାୟୀ ଶିବଙ୍କ ପୂଜା ଆରାଧନା ପାଳନ କରିବା ଦ୍ୱାରା ମନଚାହି ଫଳ ମିଳିଥାଏ । ଶ୍ରାବଣମାସରେ ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷ ଶିବଙ୍କ ପୂଜା ଆରମ୍ଭ କରିବା ପୂର୍ବରୁ ରାଶିତେଲ ଜଳରେ ମିଶ୍ରିତ କରି ସ୍ନାନ କରିବେ ।

  • ମେଷ ରାଶି – ଏହି ରାଶିର ଜନ୍ମିତ ବ୍ୟକ୍ତି ଜଳରେ ଗୁଡ ମିଶ୍ରିତ କରି ଶିବଙ୍କୁ ଅଭିଷେକ କରନ୍ତୁ । ଗୁଡ ସହିତ ରୋଟି ଶିବଙ୍କୁ ଭୋଗ ଲଗାନ୍ତୁ, ଲାଲ ଚନ୍ଦନ ସହ ଲାଲ କନିୟର ଫୁଲ ଚଢାନ୍ତୁ ।
  • ବୃଷ ରାଶି – ବୃଷ ରାଶିର ବ୍ୟକ୍ତିବିଶେଷ ଦହି ଦ୍ୱାରା ଶିବଙ୍କ ଅଭିଷେକ ଅତ୍ୟନ୍ତ ଶୁଭଫଳ ମିଳିଥାଏ । ଏହା ସହିତ ଅରୁଆ ଚାଉଳ, ଧଳାଚନ୍ଦନ, ଧଳାଫୁଲ ଏବଂ କ୍ଷୀର ଚଢାନ୍ତୁ ।
  • ମିଥୁନ ରାଶି – ଏହି ରାଶିରେ ଜନ୍ମିତ ବ୍ୟକ୍ତି ଗଙ୍ଗାଜଳଦ୍ୱାରା ଅଭିଷେକ କରନ୍ତୁ । ଏହା ସହିତ ସବୁଜ ମୁଗ, ଦୁର୍ବା ଏବଂ କୁଶ, ବେଲ୍ୱପତ୍ର, ଅର୍ପିତ କରନ୍ତୁ ।
  • କର୍କଟ ରାଶି – ଏହି ରାଶିର ଶିବଭକ୍ତ ଘୃତ ଦ୍ୱାରା ଶିବଙ୍କ ଅଭିଷେକ କରନ୍ତୁ । ଏହା ସହ କଞ୍ଚାକ୍ଷୀର, ଧଳା ଅରଖ ଫୁଲ ଏବଂ ଶଙ୍ଖ ପୁଷ୍ପୀ ଚଢାନ୍ତୁ ।
  • ସିଂହ ରାଶି – ଏହି ରାଶିରେ ଜନ୍ମିତ ବ୍ୟକ୍ତି ଜଳରେ ଗୁଡ ମିଶ୍ରିତ କରି ଶିବଙ୍କୁ ଅଭିଷେକ କରାନ୍ତୁ । ଗୁଡ ଓ ଚାଉଳ ଦ୍ୱାରା ପ୍ରସ୍ତୁତ କ୍ଷୀରୀ ଭୋଗ ଲଗାନ୍ତୁ । ଗହମ, ମନ୍ଦାର ଫୁଲ ଚଢାନ୍ତୁ ।
  • କନ୍ୟା ରାଶି – କନ୍ୟା ରାଶିର ବ୍ୟକ୍ତି ବିଶେଷ ଆଖୁରସ ଦ୍ୱାରା ଶିବଙ୍କ ଅଭିଷେକ କରନ୍ତୁ । ଶିବଙ୍କୁ ଭାଙ୍ଗ, ଦୁର୍ବା ଏବଂ ପାନ ଚଢାନ୍ତୁ ।
  • ତୁଳା ରାଶି – ଏହି ରାଶିର ଶିବଭକ୍ତ ସୁଗନ୍ଧିତ ତୈଳ, ସୁବାସିତ ଜଳ ଦ୍ୱାରା ଶିବ ଅଭିଷେକ କରନ୍ତୁ । ଏହା ସହ ଦହି, ମହୁ ଏବଂ ଶ୍ରୀଖଣ୍ଡର ପ୍ରସାଦ ଚଢାନ୍ତୁ । ଶିବଙ୍କ ପୂଜା ସମୟରେ ଧଳା ଫୁଲ ଅର୍ପିତ କରନ୍ତୁ ।
  • ବିଛା ରାଶି – ବିଛା ରାଶିରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ପଞ୍ଚାମୃତ ଦ୍ୱାରା ଶିବଙ୍କ ଅଭିଷେକ କରନ୍ତୁ । ଲାଲ ଫୁଲ ଅର୍ପଣ କରନ୍ତୁ ।
  • ଧନୁ ରାଶି – ଏହି ରାଶିର ବ୍ୟକ୍ତି କ୍ଷୀର ଓ ଦହି ମିଶ୍ରଣ କରି ଶିବଙ୍କ ଅଭିଷେକ କରନ୍ତୁ । ବେସନ ଲଡୁ ଭୋଗ ଲଗାନ୍ତୁ । ହଳଦୀରଂଗ ଫୁଲ ଅର୍ପିତ କରନ୍ତୁ ।
  • ମକର ରାଶି – ମକର ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷ ନଡିଆ ଜଳରେ ଶିବଙ୍କ ଅଭିଷେକ କରନ୍ତୁ । କଳା ବିରି ସହିତ ନୀଳ ଅପରାଜିତା ଫୁଲ ଭଗବାନ ଶିବଙ୍କୁ ଅର୍ପିତ କରନ୍ତୁ ।
  • କୁମ୍ଭ ରାଶି – କୁମ୍ଭରାଶିର ବ୍ୟକ୍ତି ଶିବପୂଜା କରିବା ସମୟରେ ଶିବ ଅଭିଷେକ ନିମନ୍ତେ ରାଶିତେଲ ବ୍ୟବହାର କରିବା ସହିତ ରାଶି ଲଡୁ ଭୋଗ ଏବଂ ଶମୀପତ୍ର ଓ ଫୁଲ ଅର୍ପିତ କରନ୍ତୁ ।
  • ମୀନ ରାଶି – ମୀନ ରାଶିର ଜନ୍ମିତ ଶିବ ଭକ୍ତ କ୍ଷୀରରେ କେଶର ମିଶ୍ରିତ କରି ଶିବଙ୍କ ଅଭିଷେକ କରନ୍ତୁ । ଦହି ଭାତ ଭୋଗ ଲଗାନ୍ତୁ । ହଳଦୀରଂଗ କନିୟର, ନାଗ କେଶର ଏବଂ ଧଳା ସୋରିଷ ଅର୍ପିତ କରନ୍ତୁ ।

…………………….
ଶ୍ୟାମଜ୍ୟୋତି ଗବେଷଣା କେନ୍ଦ୍ର, କଟକ
ମୋ – ୯୯୩୮୫୭୧୯୩୫

Leave A Reply

Your email address will not be published.