Latest Odisha News

BREAKING NEWS

ରଶ୍ମିରଞ୍ଜନ ପରିଡା ଓଡିଶା କ୍ରିକେଟ ଟିମର ମୂଖ୍ୟ କୋଚ ନିଯୁକ୍ତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ଶୁକ୍ରବାର ପୂର୍ବତନ ରଣଜୀ ଖେଳାଳି ରଶ୍ମିରଞ୍ଜନ ପରିଡାଙ୍କୁ ପୁରୁଷ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ସେହିପରି ଓଡିଶା ଟିମର ବୋଲିଂ କୋଚ ଭାବେ ଦୀପକ ମଙ୍ଗରାଜ ଓ ଫିଲ୍ଡିଂ କୋଚ ଭାବେ ଗୌତମ ଗୋପାଳଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଓଡିଶା ପକ୍ଷରୁ ପରିଡା ୧୯୯୪ରେ କ୍ୟାରିୟର ଆରମ୍ଭ କରିଥିଲେ ।

୨୦୦୮ ପର୍ଯ୍ୟନ୍ତ ସେ ଦଳର ନିୟମିତ ସଦସ୍ୟ ଥିଲେ । ରାଜସ୍ଥାନ, ବିଦର୍ଭ, ହିମାଚଳପ୍ରଦେଶ, ଆସାମ ବିପକ୍ଷରେ ସେ ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ସେ ୧୩୯ ପ୍ରଥମଶ୍ରେଣୀ କ୍ରିକେଟ ଖେଳିଛନ୍ତି ।

Leave A Reply

Your email address will not be published.