Latest Odisha News

BREAKING NEWS

‘ପୁଷ୍ପା ୨’ରେ ଶ୍ରୀବଲ୍ଲୀ ଭୂମିକାରେ ନଜର ଆସିବା ଅଭିନେତ୍ରୀଙ୍କୁ ୮୦ ଲକ୍ଷ ଟଙ୍କାର ଠକେଇ

ମୁମ୍ବାଇ: ନିକଟରେ ଚଳଚ୍ଚିତ୍ର ‘ପୁଷ୍ପା ୨’ ରେ ଶ୍ରୀବଲ୍ଲୀ ଭୂମିକାରେ ଅଭିନୟ କରୁଥିବା ରଶ୍ମିକା ମନ୍ଦନା ଠକାମୀର ଶିକାର ହୋଇଛନ୍ତି। ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ୮୦ ଲକ୍ଷ ଟଙ୍କାର ଠକେଇ କରାଯାଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ମ୍ୟାନେଜର ତାଙ୍କ ସହ ଏହି ଜାଲିଆତି କରିଛନ୍ତି। ଏହା ପରେ ରଶ୍ମିକା ତାଙ୍କ ମ୍ୟାନେଜରଙ୍କୁ ତୁରନ୍ତ ଚାକିରିରୁ ବାହାର କରିଦେଇଛନ୍ତି। ଏହି ମ୍ୟାନେଜର ଦୀର୍ଘ ଦିନ ଧରି ରଶ୍ମିକାଙ୍କ ସହ କାମ କରୁଥିଲେ। ରଶ୍ମିକା ବର୍ତ୍ତମାନ ଏହି ଘଟଣା ବିଷୟରେ କିଛି ମନ୍ତବ୍ୟ ଦେଇନାହାଁନ୍ତି।

ପିଙ୍କଭିଲ୍ଲାର ସୂତ୍ର ଅନୁସାରେ, ରଶ୍ମିକାଙ୍କର ମ୍ୟାନେଜର ତାଙ୍କୁ ୮୦ ଲକ୍ଷ ଟଙ୍କା ଠକିଛନ୍ତି। ଅଭିନେତ୍ରୀ ରଶ୍ମିକାଙ୍କ ଶେଷ ରିଲିଜ୍ ହୋଇଥିବା ଚଳଚ୍ଚିତ୍ରଟି ହେଲା ହିନ୍ଦୀ ସ୍ପାଇ ଥ୍ରୀଲର ‘ମିଶନ୍ ମଜ୍ନୁ’। ଏବେ ତାଙ୍କୁ ରଣବୀର କପୁରଙ୍କ ସହ ଫିଲ୍ମ ‘ଏନିମଲ୍’ରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ୱଙ୍ଗା। ଏହି ଫିଲ୍ମରେ ଅନିଲ କପୁର ଏବଂ ବବି ଦେଓଲ ମଧ୍ୟ ନଜର ଆସିବେ। ଉକ୍ତ ଫିଲ୍ମଟି ଅଗଷ୍ଟ ୧୧ ରେ ମୁକ୍ତିଲାଭ କରିବ।

ସମ୍ପ୍ରତି ସେ ଅଲୁ ଅର୍ଜୁନଙ୍କ ସହ ‘ପୁଷ୍ପା ୨’ ପାଇଁ ସୁଟିଂ କରୁଛନ୍ତି। ସେ ଏହି ଚଳଚ୍ଚିତ୍ରରେ ଶ୍ରୀବଲ୍ଲୀ ଭୂମିକାରେ ନଜର ଆସିବେ। ସୁକୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ‘ପୁଷ୍ପା ୨’ ଘୋଷଣା ପରେ ଜଣେ ପ୍ରଶଂସକ ଟ୍ୱିଟରରେ କହିଛନ୍ତି ଯେ ‘ପୁଷ୍ପା ୨’ ରେ ଶ୍ରୀବଲ୍ଲୀଙ୍କ ଚରିତ୍ର ପ୍ରଥମ ଭାଗ ଅପେକ୍ଷା ଅଧିକ ଦମଦାର ହେବ। ରଶ୍ମିକା ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ଯେ ସେ ମଧ୍ୟ ଏହା ଚାହୁଁଛନ୍ତି। ‘ପୁଷ୍ପା’ର ମୂଳ ସୁଟିଂ ତେଲୁଗୁ ଭାଷାରେ କରାଯାଇଥିଲା। କିନ୍ତୁ ଏହାକୁ ହିନ୍ଦୀ, ତାମିଲ, ମାଲାୟାଲମ୍ ଏବଂ କନ୍ନଡରେ ଡବିଂ କରାଯାଇଥିଲା। ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିଥିବା ଆଲୁ ଅର୍ଜୁନଙ୍କର ଏହା ପ୍ରଥମ ଚଳଚ୍ଚିତ୍ର ଥିଲା।

Comments are closed.