Latest Odisha News

BREAKING NEWS

ଫିଲ୍ମ ଛାୱା; ମହାରାଣୀ ୟେସୁବାଇ ଭୂମିକାରେ ରଶ୍ମିକା ମନ୍ଦାନା

ନୂଆଦିଲ୍ଲୀ: ମ୍ୟାଡ୍ଡକ୍ ଫିଲ୍ମସ୍ ନିଜର ଆଗାମୀ ଫିଲ୍ମ ଛାୱାରେ  ରଶ୍ମିକା ମନ୍ଦାନାଙ୍କ ଫାଷ୍ଟ ଲୁକ୍ ଜାରି କରିଛି। ଯେଉଁଥିରେ ସେ ଜଣେ ମହାରାଣୀଙ୍କ ଗେଟଅପ୍ ନେଇଛନ୍ତି।

ମ୍ୟାଡ୍ଡକ୍ ଫିଲ୍ମସ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିବା ସହ କ୍ୟାପ୍ସନରେ ଉଲ୍ଲେଖ ରହିଛି ଯେ ‘ପ୍ରତ୍ୟେକ ମହାନ ରାଜାଙ୍କ ପଛରେ ତାଙ୍କର ରାଣୀ ଥାନ୍ତି ଯିଏକି ଅତୁଳନୀୟ ଶକ୍ତିର ଭଣ୍ଡାର। ରଶ୍ମିକା ମନ୍ଦାନା ଏହି ଫିଲ୍ମରେ ‘ମହାରାଣୀ ୟେସୁବାଇ’ ସ୍ୱରାଷ୍ଟ୍ରର ଗର୍ବ ଭୂମିକାରେ ଅଭିନୟ କରିଛନ୍ତି।

ରିଲିଜ ହୋଇଥିବା ପୋଷ୍ଟର ମଧ୍ୟରୁ ଗୋଟିଏ ପୋଷ୍ଟରରେ ରଶ୍ମିକା ମନ୍ଦାନା ହସୁଥିବାର ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ତାଙ୍କର ସିରିୟସ ଲୁକ ଦେଖିବାକୁ ମିଳିଛି। ତେବେ ଏହିସବୁ ଫଟୋରେ ରଶ୍ମିକା ହେଭି ଜୁଏଲାରୀ ପିନ୍ଧିଥିବାର ନଜର ଆସିଛନ୍ତି।

ତେବେ ଏହି ଫିଲ୍ମ ୧୪ ଫେବୃଆରୀ ୨୦୨୫ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଏଥିରେ ରଶ୍ମିକାଙ୍କ ବିପକ୍ଷରେ ଭିକ୍କି କୌଶଳ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ନିର୍ମାଣ ମ୍ୟାଡ୍ଡକ ଫିଲ୍ମସ କରିଥିବା ବେଳେ ଲକ୍ଷ୍ମଣ ଉତେକର ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଅପରପକ୍ଷରେ ଫିଲ୍ମର ଟ୍ରେଲର ଜାନୁଆରୀ ୨୨ରେ ରିଲିଜ୍ ହେବ ବୋଲି ଜଣାପଡିଛି।

 

Comments are closed.